ଓଡିଶା

odisha

ଅପରାଧ ଘଟାଇ ଖସିପାରିବେନି ଅପରାଧୀ, ଧରିବ ଫରେନ୍ସିକ କିଟ୍

By

Published : Jun 25, 2021, 9:39 PM IST

ଫରେନସିକ ସାଇନସ ଜରିଆରେ ଅପରାଧୀ ଧରିବ କମିସନରେଟ ପୋଲିସ। ଦୀର୍ଘଦିନ ଧରି ତଦନ୍ତ ଆଳରେ ପଡିରହିବନି ଅନେକ ମାମଲା। କି ଲୁଚି ସାତ ତଳ ପଙ୍କରେ ରହିପାରିବନି ଅପରାଧୀ। ଅପରାଧ ପ୍ରତ୍ୟକ ଗତିବିଧିରୁ ଧରାପଡ଼ିବ ଅପରାଧିର ଚେହେରା। ହତ୍ୟା ହେଉ ବା ହାଇପ୍ରୋଫାଇ ଚୋରି ବା ଡ଼କାୟତି। ଅଧିକ ପଢନ୍ତୁ...

commissonarate police new strategy
କ୍ରାଇମ ଡିଟେକ୍ଟ କରିବ ଫରେନସିକ କିଟ୍,ଅପରାଧ ଘଟାଇ ଖସିପାରିବେନି ଅପରାଧୀ

ଭୁବନେଶ୍ବର: ଅପରାଧ ଘଟାଇ ସହଜରେ ଖସିପାରିବନି ଅପରାଧୀ। ଫରେନସିକ ସାଇନସ ଜରିଆରେ ଅପରାଧୀ ଧରିବ କମିସନରେଟ ପୋଲିସ। ଦୀର୍ଘଦିନ ଧରି ତଦନ୍ତ ଆଳରେ ପଡିରହିବନି ଅନେକ ମାମଲା। କି ଲୁଚି ସାତ ତଳ ପଙ୍କରେ ରହିପାରିବନି ଅପରାଧୀ। ଅପରାଧ ପ୍ରତ୍ୟକ ଗତିବିଧିରୁ ଧରାପଡ଼ିବ ଅପରାଧିର ଚେହେରା। ହତ୍ୟା ହେଉ ବା ହାଇପ୍ରୋଫାଇ ଚୋରି ବା ଡ଼କାୟତି। ସୁଇସାଇଡ଼ ହେଉ ବା ମିଷ୍ଟିରିୟସ ଡେଡ଼ବଡି। ଦୁର୍ଘଟଣାଠୁ ଆରମ୍ଭ କରି ଦୁଷ୍କର୍ମ ଓ ଗଣଦୁଷ୍କର୍ମ କେସ୍। ପ୍ରମାଣ ଅଭାବରୁ ଯେପରି ଦୁର୍ବଳ ନ ହୋଇପାରେ କେସ। ପ୍ରମାଣ ଅଭାବରୁ ଯେପରି ବିନା ଦଣ୍ଡରେ ଖସିଯାଇନପାରେ ଅଭିଯୁକ୍ତ। ସେଥିପାଇ କମିସନରେଟ ପୋଲିସର ଫୋକସ କ୍ରାଇମ ଇନଭେଷ୍ଟିଗେସନ। ଛୋଟ ଛୋଟ କେସ ହେଉ ବା କ୍ଲୁ ଲେସ କ୍ରାଇମ ପଛର କ୍ରିମିନାଲକୁ ଖୋଜି ବାହାର କରିଵା ସହ ଦଣ୍ଡ ବିଧାନ ପାଇଁ କୋର୍ଟରେ ଉପଯୁକ୍ତ ପ୍ରମାଣ ଉପସ୍ଥାପନା କରିବା ସେଥିପାଇଁ ଦିଆଯାଇଛି ଗୁରୁତ୍ବ।

କ୍ରାଇମ ଡିଟେକ୍ଟ କରିବ ଫରେନସିକ କିଟ୍,ଅପରାଧ ଘଟାଇ ଖସିପାରିବେନି ଅପରାଧୀ

ଏଥିପାଇଁ କମିସନରେଟ ପୋଲିସ ସୃଷ୍ଟି କରିଛି ସ୍ବତନ୍ତ୍ର କ୍ରାଇମ ଇନଭେଷ୍ଟିଗେସନ ଟିମ । ଯାହାକୁ ନେଇ ପ୍ରତ୍ୟେକ ଥାନା ଅଞ୍ଚଳରେ ନିତିଦିନ ଘଟୁଥିବା କ୍ରାଇମ ଇନଭେଷ୍ଟିଗେସନର ସହାୟତା ପାଇଁ ପ୍ରତି ଥାନାରେ ନିଯୁକ୍ତ କରାଯାଇଥିବା ଜଣେ ଲେଖାଏଁ କନଷ୍ଟେବଳ ବା ସାଇଣ୍ଟିଫିକ ଆସୋସିଏଟଙ୍କ ସରିଛି ଟ୍ରେନିଂ । ଏଥିପାଇଁ ସ୍ବତନ୍ତ୍ର ସାଇଣ୍ଟଫିକ ଏଭିଡେନସ କଲେକ୍ସନ ଦାୟିତ୍ବ ସହ ଦିଆଯାଇଛି ଏକ ସାଇଣ୍ଟଫିକ କିଟ୍। ଯାହାକି କମିସନରେଟ ପୋଲିସର କ୍ରାଇମ ଡିଟେକ୍ସନରେ ସହାୟକ ହେବ। ଯେଉଁଥିରେ ରହିଛି ୟୁଭିରେ ଟର୍ଚ୍ଚଲାଇଟ ଯେଉଁଥିରେ ଜାଣିହେବ ଅପରାଧୀ ଅପରାଧ ସ୍ଥଳରେ ଫିଙ୍ଗରପ୍ରିଣ୍ଟ। ଘଟଣାସ୍ଥଳରେ ରକ୍ତ ନମୁନା ସଗ୍ରହ ପାଇ ସ୍ବତନ୍ତ୍ର ଗ୍ଲାସ ବା ଟ୍ୟୁବ ଭଳି ଅନେକ ସାମଗ୍ରୀ। ଏଥି ସହ ପାରିପାର୍ଶ୍ବିକ ସ୍ଥଳରୁ ଜବତ ହେଉଥିବା ସନ୍ଦେହଜନକ ସାମଗ୍ରୀ । ଏଭିଡେନସ କଲେକ୍ସନ କରି ରଖିବା ପାଇ ସ୍ବତନ୍ତ୍ର ପ୍ୟାକେଟର ସୁବିଧା। ଏହି ହାଇଫାଇ ଟେକନିକ ସାମଗ୍ରୀ ଦ୍ବାରା ସେହି ସାଇଣ୍ଟିଫିକ ଆସୋସିଏଟ ଛୋଟ ମୋଟ ଘଟଣାର ପ୍ରମାଣ ସଗ୍ରହ କରି ଷ୍ଟେଟ ଫରେନସିକକୁ ପଠାଯିବ।

କୋର୍ଟରେ ଅପରାଧର ଛୋଟ ଛୋଟ ପ୍ରମାଣରୁ ଅପରାଧୀକୁ ଚିହ୍ନଟ ସହଜ ହେବ । ସେହି ପ୍ରମାଣ ଦାଖଲ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାରେ ସହାୟକ ହୋଇପାରିବ। ଅନେକ ସମୟରେ ଦେଖିବାକୁ ମିଳେ ପୋଲିସ। ଫରେନସିକ ଟିମ ଆସିବା ପୂର୍ବରୁ ଗଣମାଧ୍ୟମ ହେବ ବା ସ୍ଥାନୀୟ ଲୋକ କ୍ରାଇମ ସିନରେ ଚଳପ୍ରଚଳ ଯୋଗୁଁ ଅପରାଧୀର ଅପରାଧର ଏଭିଡେନସ ଟାମ୍ପରି ହୋଇଯାଏ ବା ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଥାଏ। ଏହା ଦ୍ବାରା ପ୍ରମାଣ ସଠିକ ଭାବେ ସଂଗ୍ରହ ହୋଇପାରିବ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details