ଓଡିଶା

odisha

ଅସ୍ତବ୍ୟସ୍ତ କରୁଛି ସତ୍ୟନଗର ଶ୍ମଶାନରେ କୋଭିଡ ରୋଗୀଙ୍କ ଅନ୍ତିମ ସଂସ୍କାର, OHRCରେ ଅଭିଯୋଗ

By

Published : Oct 12, 2020, 6:23 PM IST

Updated : Oct 12, 2020, 9:25 PM IST

କୋଭିଡ କଟକଣା ଭିତରେ ସତ୍ୟନଗର ଶ୍ମଶାନକୁ କୋଭିଡ ମୃତକଙ୍କୁ ଦାହ କରାଯିବା ପାଇଁ ଅନୁମତି ରହିଥିବାବେଳେ ଏବେ ଏହାକୁ ବିରୋଧ କରି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ....

complaints-in-the-ohrc-about-satyanagar-crematation-ground-in-bhubaneswar
complaints-in-the-ohrc-about-satyanagar-crematation-ground-in-bhubaneswar

ଭୁବନେଶ୍ବର: କୋଭିଡ କଟକଣା ଭିତରେ ସତ୍ୟନଗର ଶ୍ମଶାନକୁ କୋଭିଡ ମୃତକଙ୍କ ଦାହ କରାଯିବା ପାଇଁ ଅନୁମତି ରହିଥିବାବେଳେ ଏବେ ଏହାକୁ ବିରୋଧ କରି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଭୁବନେଶ୍ୱରରେ କୋଭିଡ ମୃତଙ୍କଙ୍କ ସତ୍ୟନଗର ଶ୍ମଶାନରେ ମୃତଦେହ ଦାହ କରାଯାଉଛି । ଦୈନିକ 30 ରୁ 40ଟି ମୃତଦେହ ଦାହ କରାଯାଉଥିବାରୁ ସତ୍ୟନଗର ଲେଡିଜ ଫୋରମ ଏହାକୁ ବିରୋଧ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛି।

ଅସ୍ତବ୍ୟସ୍ତ କରୁଛି ସତ୍ୟନଗର ଶ୍ମଶାନରେ କୋଭିଡ ରୋଗୀଙ୍କ ଅନ୍ତିମ ସଂସ୍କାର, OHRCରେ ଅଭିଯୋଗ

ସତ୍ୟନଗରରେ ଅନ୍ତିମ ସଂସ୍କାର ଯୋଗୁଁ ପରିବେଶ ସହ ପାରିପାର୍ଶ୍ବିକ ପ୍ରଦୂଷଣ ହେବାରେ ଲାଗିଛି । ଯେହେତୁ ଇଲେକ୍ଟ୍ରି ଚୁଲାରେ ଦାହ ନକରି କାଠ ମାଧ୍ୟମରେ ଦାହ କରାଯାଉଛି, ସେଥିପାଇଁ ପରିବେଶ ଅନେକ ମାତ୍ରାରେ ପ୍ରଦୂଷଣ ହେଉଛି । ଏହି ଅଞ୍ଚଳରେ କିଛି ମାସ ଧରି ଅଞ୍ଚଳବାସୀ ଅତିଷ୍ଠ ହୋଇଗଲେଣି । ଏହାସହ ଶ୍ମଶାନ ସମ୍ମୁଖରେ ଶହଶହ ଲୋକ ଭିଡ଼ ଜମାଇ ରହୁଛି। ଯାହା ଫଳରେ ସତ୍ୟନଗର ଅଞ୍ଚଳରୁ କୋରୋନା ବ୍ୟାପିବାର ଅଧିକ ଭୟ ରହିଛି।

ଏହାକୁ ନେଇ ସତ୍ୟନଗର ଶ୍ମଶାନରେ ବୈଦୁତିକ ଚୁଲା କିମ୍ବା ଅନ୍ୟତ୍ର ଏକ ସ୍ଥାନରେ କୋଭିଡ଼ ଆକ୍ରାନ୍ତଙ୍କ ଦାହ କରିବା ପାଇଁ ସୋମବାର ସତ୍ୟନଗର ଲେଡିଜ ଫୋରମ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 12, 2020, 9:25 PM IST

ABOUT THE AUTHOR

...view details