ଭୁବନେଶ୍ବର:ସ୍କୁଲ୍ ଖୋଲିବା ପରେ କେତେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢିବେ ସେନେଇ ସମୟ ସୀମାପ୍ରକାଶ ପାଇଲା । କେତେ ସମୟ ଛାତ୍ରଛାତ୍ରୀ ସ୍କୁଲରେ ରହିବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା 7 ଓ 14 ରୁ ଶିକ୍ଷାନୁଷ୍ଠାନରେ ପାଠପଢା ଯିବ । ଦିନ 10 ରୁ 1ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହେବାକୁ ଥିବାବେଳେ ଦିନ 10 ରୁ 4 ଟା ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପାଠପଢା ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଏସପିଓ, ବିଏସଇ, ସିଏଚଏସଇଙ୍କୁ ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ