ଭୁବନେଶ୍ବର:ଆଜିଠୁ ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ଘଟଣାରେ ଗୃହ ମଧ୍ୟରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନପାରିବାରୁ । ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି ।
ପୋଲିସ ବାବୁ ଗୁଣ୍ଡାରାଜ୍ ଚଳାଇଛନ୍ତି । ବିଧାନସଭାର ଶୂନ୍ୟକାଳରେ ପୋଲିସ ବାବୁଙ୍କ ଗୁଣ୍ଡାଗିରି ପ୍ରସଙ୍ଗ ଉଠିଥିଲା । ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଥିଲେ ଉଭୟ କଂଗ୍ରେସ ଓ ବିଜେପି । ରୁଲିଂ ଦାବି କରି ଗୃହ ମଧ୍ୟକୁ ଆସି ହୋ ହାଲ୍ଲା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଶେଷରେ 25 ମିନିଟ ଗୃହ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ହେଲେ ର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନପାରି ପାରୁ ଅପରାହ୍ନ 4ଟାଏ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି REC 13 ନମ୍ବର ଗାଁରେ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଅଞ୍ଚଳରେ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଛନ୍ତି ତାରା । ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛି ଅଂଶୁମାନ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପଶି ଗର୍ଭବତୀ ମହିଳା, 80 ବର୍ଷୀୟ ବୃଦ୍ଧା, 14 ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ତାରା ଓ ବିଜେପିର ନେତା ମୋହନ ମାଝୀ । ଖାଲି ସେତିକି ନୁହେଁ ଅଂଶୁମାନ ନିଶା ସେବନ କରି ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।