ଓଡିଶା

odisha

ଏନଆରସି, ଏନପିଆର ଓ ସିଏଏ: 3କୋଟି ଘରେ ପହଞ୍ଚିବ ବିଜେପି

By

Published : Dec 25, 2019, 10:40 PM IST

ଏନଆରସି, ଏନପିଆର ଓ ସିଏଏକୁ ଘରେ ପହଞ୍ଚାଇବ ବିଜେପି। ଏନେଇ ଦଳ ପକ୍ଷରୁ ଜନଜାଗରଣ କରି ଗାଁ ଗାଁ ଓ ଘର ଘର ବୁଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Bjp to be starts campaign
ଏନସିଆର, ଏନପିଆର ଓ ସିଏଏ: 3କୋଟି ଘରେ ପହଞ୍ଚିବ ବିଜେପି

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନଆରସି) ସହ ଏବେ ଆଉ ଏକ ବିବାଦ ଯୋଡି ହୋଇଯାଇଛି ଏନପିଆର(ଜାତୀୟ ଜନଗଣନା ରେଜିଷ୍ଟାର)। ଏନଆରସି, ଏନପିଆର ପ୍ରଥମ ସୋପାନ ବୋଲି ବିରୋଧୀ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି। ଯାହାକୁ ନେଇ ବିଜେପି ଦେଶର 3କୋଟି ଘରକୁ ବୁଲି ବୁଲି ବୁଝାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଂଗ୍ରେସ ଦେଶକୁ ଧୋକା ଦେଇଛି। ଏଥିସହ ଦେଶ ଭିତରେ ଉତ୍ତେଜନା ସୃଷ୍ଟି କରି ହିଂସା ସୃଷ୍ଟି କରୁଛି। ଯାହାକୁ ନେଇ ବିଜେପି ଦେଶର ପାଖାପାଖି 3 କୋଟି ଘରକୁ ଯିବ ବିଜେପି। ଏନଆରସି, ଏନପିଆର ଓ ସିଏଏ ବାବଦରେ ଲୋକଙ୍କୁ ବୁଝାଇବ। ଏଥିସହ ଦଳ ପକ୍ଷରୁ ବ୍ୟାପକ ଜନଜାଗରଣ ସୃଷ୍ଟି କରାଯାଇ ଗାଁ ଗାଁକୁ ପରିକ୍ରମା କରାଯିବ।

ଏନସିଆର, ଏନପିଆର ଓ ସିଏଏ: 3କୋଟି ଘରେ ପହଞ୍ଚିବ ବିଜେପି

ଯେଉଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପଡୋଶୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବେ ସେମାନଙ୍କୁ କେଉଁଠି ରଖାଯିବ। ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ, ପାର୍ସି, ଜୈନ ଏବଂ ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କ ସୁବିଧା ପାଇଁ ଏନଆରସି କରାଯାଉଛି। କଂଗ୍ରେସର କଳା କାରନାମା ଲୋକେ ଜାଣିସାରିଲେଣି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details