ଭୁବନେଶ୍ବର:ରାଜ୍ୟ ଡ୍ରାଇଭର ମହାସଂଘର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଡ୍ରାଇଭରଙ୍କ ଦାବି ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ରାଜ୍ୟ ରାଜପଥ କଡ଼ରେ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ପଥପ୍ରାନ୍ତ ବିଶ୍ରାମ କେନ୍ଦ୍ର କରିଛନ୍ତି । ସେହି ଢାଞ୍ଚାରେ ଜାତୀୟ ରାଜପଥ କଡ଼ରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ ସ୍ଥାନ, ଖାଦ୍ୟପେୟର ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରିବାକୁ ବିଜେଡି ସାଂସଦ ସୁବାସ ସିଂହ ଦାବି କରିଛନ୍ତି । ସାଂସଦଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ପ୍ରଶଂସା କରିବା ସହ ଏହା ଉପରେ ଖୁବଶୀଘ୍ର ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ନେଇ ସାସଂଦଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ମୋଟର ଚାଳକ ସଂଘ । ଗତମାସ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ରାଜ୍ୟ ଡ୍ରାଇଭର ମହାସଂଘ । ଜାତୀୟ ରାଜପଥର ପ୍ରତି ୧୦୦ କିଲୋମିଟରରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରିବାକୁ ଦାବି ଉଠିଥିଲା। ମୋଟର ଚାଳକ ସଂଘର ଏହି ଦାବିକୁ କେନ୍ଦ୍ର ସଡ଼କ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।