ଓଡିଶା

odisha

କୋରୋନାରୁ ସୁସ୍ଥ ହେଲେ 1303 ଜଣ

By

Published : Apr 17, 2021, 10:34 PM IST

ଶନିବାର ରାଜ୍ୟରେ 1303 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନାରୁ ମୁକ୍ତ ହେଲେ 1303 ଜଣ
କୋରୋନାରୁ ମୁକ୍ତ ହେଲେ 1303 ଜଣ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସୁସ୍ଥସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି(ଶନିବାର) ରାଜ୍ୟରେ 1 ହଜାର 303 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ସୁସ୍ଥ ସଂଖ୍ୟା ସର୍ବାଧିକ 233 ରହିଛି । ତେବେ ଆଜିର 1303 ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 3 ଲକ୍ଷ 44 ହଜାର 825 ହଜାରରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନୂଆପଡା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ ଥିବାବେଳେ ଖୋର୍ଦ୍ଧାରୁ 149, ସୁନ୍ଦରଗଡରୁ 131, ଅନୁଗୋଳରୁ 73, କେନ୍ଦୁଝରରୁ 64, ବରଗଡରୁ 54, ଗଞ୍ଜାମରୁ 54,ମୟୂରଭଞ୍ଜରୁ 52, କଟକରୁ 50, ସମ୍ବଲପୁରରୁ 47, ପୁରୀରୁ 45, ବଲାଙ୍ଗୀରରୁ 44, ରାୟଗଡାରୁ 44, କଳାହାଣ୍ଡିରୁ 43, ଝାରସୁଗୁଡାରୁ 32, ନବରଙ୍ଗପୁରରୁ 27, ଯାଜପୁରରୁ 26, ବାଲେଶ୍ବରରୁ 22, ଭଦ୍ରକରୁ 17, ଗଜପତିରୁ 14, ନୟାଗଡରୁ 10, କନ୍ଧମାଳରୁ 9, କେନ୍ଦ୍ରାପଡାରୁ 9, ଜଗତସିଂହପୁରରୁ 7, ଦେବଗଡରୁ 6, କୋରାପୁଟରୁ 4, ସୋନପୁରରୁ 4 ଏବଂ ମାଲକାନଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥଲାଭ କରିଛନ୍ତି । ସେହିପରି ଷ୍ଟେଟପୁଲ ସୁସ୍ଥଙ୍କ ସଂଖ୍ୟା 32 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details