ଓଡିଶା

odisha

ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ ‘ୱେଲକମ ଅନ ବୋର୍ଡ’

By

Published : Dec 11, 2019, 9:01 AM IST

Updated : Dec 11, 2019, 10:45 AM IST

ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ପୁଅ ପ୍ରସ୍ତୁତ କରିଥିବା ଫିଚର ଫିଲ୍ମ ‘ୱେଲକମ ଅନ ବୋର୍ଡ’। ଅଧିକ ପଢନ୍ତୁ...

film-represent-at-singapore
ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ


ଭୁବନେଶ୍ବର: ବିଦେଶରେ ଚମକିବେ ଓଡିଆ ପୁଅ । ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ପୁଅ ପ୍ରସ୍ତୁତ କରିଥିବା ଫିଚର ଫିଲ୍ମ।

ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ ‘ୱେଲକମ ଅନ ବୋର୍ଡ’

ଏହି ଫିଲ୍ମର ନାମ ରହିଛି 'ୱେଲକମ ଅନ ବୋର୍ଡ'। ଯାହାକୁ ତିଆରି କରିଛନ୍ତି ଓଡ଼ିଆ ପୁଅ ମହମ୍ମଦ ମୋସିମ୍। ଫିଲ୍ମଟି ମହିଳାଙ୍କ ଜୀବନଧାରା ଉପରେ ତିଆରି ହୋଇଛି । ଏହା ଆଗାମୀ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି। କେଉଁପରି ସମାଜରେ ଜଣେ ମହିଳା କିଛି ନୂଆ କରିବାକୁ ଗଲେ ତାଙ୍କୁ ସଙ୍ଘର୍ଷ କରିବାକୁ ହୋଇଥାଏ ସେନେଇ ଫିଲ୍ମଟି ଗତିଶୀଳ ହୋଇଛି ।

ବିଶେଷ କରି 4 ଜଣ ମହିଳାଙ୍କ ଉପରେ ଆଧାରିତ ଏହି ଫିଚର ଫିଲ୍ମଟିର ସମୟ ସୀମା 90 ମିନିଟ୍‌ ରହିଛି। ଚଳଚ୍ଚିତ୍ରଟି ହିନ୍ଦୀ ଓ ଇଂରାଜୀ ଭାଷାରେ ମିଶ୍ରଣ ଅର୍ଥାତ ହିଂଲିସ(Hinglish)ରେ ନିର୍ମାଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Dec 11, 2019, 10:45 AM IST

ABOUT THE AUTHOR

...view details