ଓଡିଶା

odisha

ଆଜମା ରୋଗୀଙ୍କୁ କୋରୋନାରୁ ସୁରକ୍ଷା ଦେବ ‘ଷ୍ଟେରଏଡ ଇନହେଲର’

By

Published : May 5, 2021, 6:54 AM IST

ବିସ୍ଫୋରଣ ସ୍ଥିତିରେ କୋରୋନାର ସେକେଣ୍ଡ ଓ୍ଵେଭ । ମଧୁମେୟ ଓ ଡାଇବେଟିସ ଥିବା ରୋଗୀଙ୍କ ପାଇଁ ‘ଷ୍ଟେରଏଡ ଇନହେଲର’ ସାଜିଛି ସଞ୍ଜିବନୀ । ଅଧିକ ପଢନ୍ତୁ...

ଆଜମା ରୋଗୀଙ୍କୁ କୋରୋନାରୁ ସୁରକ୍ଷା ଦେବ  ‘ଷ୍ଟେରଏଡ ଇନହେଲର’
ଆଜମା ରୋଗୀଙ୍କୁ କୋରୋନାରୁ ସୁରକ୍ଷା ଦେବ ‘ଷ୍ଟେରଏଡ ଇନହେଲର’

ଭୁବନେଶ୍ବର: ବିସ୍ଫୋରଣ ସ୍ଥିତିରେ କୋରୋନାର ସେକେଣ୍ଡ ଓ୍ଵେଭ । ଦୈନିକ ସଂକ୍ରମଣ ସଂଖ୍ୟା ସହ ତାଳ ଦେଇ ରେକର୍ଡ ଭାଙ୍ଗି ଚାଲିଛି ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ବିଗତ ୨୦ଦିନ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ୩ ଲକ୍ଷରେ ପହଁଞ୍ଚିଥିବା ଦେଖିବାକୁ ମିଳିଛି। ଏମିତି କି କୋରୋନା ମୁକାବିଲା ନେଇ ଟୀକାକରଣ ଚାଲିଥଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲଗାଇବା କଷ୍ଟକର ହୋଇପଡିଛି।

ଆଜମା ରୋଗୀଙ୍କୁ କୋରୋନାରୁ ସୁରକ୍ଷା ଦେବ ‘ଷ୍ଟେରଏଡ ଇନହେଲର’

ଏଭଳି ସ୍ଥିତିରେ ଡାଇବେଟିସ, ହୃଦରୋଗ ଥିବା ରୋଗୀଙ୍କୁ ନେଇ ଘାରିଛି ସଂକ୍ରମଣର ଭୟ । କାରଣ ଏଭଳି ରୋଗରେ ପୀଡିତ ରୋଗୀଙ୍କ କୋରୋନାରେ ମୃତ୍ୟୁ ହାର ଅଧିକ । ତେବେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଆମେରିକାରେ ଜର୍ଣ୍ଣାଲ ଲାନସେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋରୋନା ବିରୋଧରେ ମୁକାବିଲା ପାଇଁ ସଞ୍ଜୀବନି ସାଜିଛି ଷ୍ଟେରଏଡ ଇନହେଲର । ସାଧାରଣତଃ ଆଜମା ରୋଗରେ ପୀଡିତ ରୋଗୀ ଏହାକୁ ବ୍ୟବହାର କରିଥାନ୍ତି । ଯେଉଁଥିରେ ସେମାନଙ୍କ ନିଶ୍ବାସ ପ୍ରଶ୍ଵାସ ନେବା ପ୍ରକ୍ରିୟା ସ୍ଵାଭାବିକ ହେବା ସହିତ ଫୁସଫୁସରେ ରକ୍ତ ସଞ୍ଚାଳନ ଠିକଭାବେ ହୋଇଥାଏ । କୋରୋନା ମଧ୍ୟ ମଣିଷ ଶରୀରରେ ଫୁସଫୁସ ଓ ଶ୍ଵାସନଳୀକୁ ବିଶେଷ ଭାବେ ସଂକ୍ରମିତ କରୁଛି। ଫଳରେ ରୋଗୀଟି ଅମ୍ଳଜାନ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ତେଣୁ ଏଭଳି ପରିସ୍ଥିତିରେ କୋରୋନା ରୋଗୀମାନଙ୍କୁ ଆଜମା ମେଡିସିନ ଦିଆଯାଉଥିବା ବେଳେ ଏହା ଫଳପ୍ରଦ ହେଉଥିବା ପ୍ରମାଣିତ ହୋଇଛି । ଏକ ବିଶେଷଜ୍ଞ ଦଳ ଦ୍ଵାରା ୧୫୦ରୁ ଊର୍ଦ୍ଧ୍ବ ଆଜମା ରୋଗୀ, ଯେଉଁମାନେ କୋରୋନାରେ ମଧ୍ୟ ସଂକ୍ରମିତ । ସେମାନଙ୍କୁ ନେଇ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ଠାରେ କୋରୋନା ବିଶେଷ ପ୍ରଭାବ ପକାଇ ପାରୁନଥିବା ପରିଲିକ୍ଷିତ ହୋଇଛି । ତେଣୁ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ଉପୁଜିଛି,କୋରୋନା ରୋଗୀକୁ ମେଡିକାଲରେ ଶଯ୍ୟା ମିଳୁନଥିବା ବେଳେ ଅମ୍ଳଜାନ ମଧ୍ୟ ଅଭାବ ପଡୁଛି । ଏଭଳି କ୍ଷେତ୍ରରେ ଷ୍ଟେରଏଡ ଇନହେଲର ହିଁ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନଙ୍କର ଆଶା ରହିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details