ଓଡିଶା

odisha

2018 ଓପିଏସସି ପରୀକ୍ଷା ଫଳ ପ୍ରକାଶିତ: ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

By

Published : Jan 7, 2020, 11:17 AM IST

ପ୍ରକାଶ ପାଇଛି 2018 ବ୍ୟାଚର ଓପିଏସସି ପରୀକ୍ଷା ଫଳ । ଏଥିରେ ମୋଟ 218ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ବରର ସୁଧାପଦ୍ମା ଲେଙ୍କା । ଶୁଣନ୍ତୁ ନିଜ ସଫଳତାକୁ ନେଇ କଣ କହୁଛନ୍ତି ସେ...

sundhapadma lenka 38th rank in first attempt
ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି 2018 ବ୍ୟାଚର ଓପିଏସସି ପରୀକ୍ଷା ଫଳ। ଏଥିରେ ମୋଟ 218ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ବରର ସୁଧାପଦ୍ମା ଲେଙ୍କା । ନିଜ ସଫଳତାରେ ସେ ବହୁତ ଖୁସି ଅଛନ୍ତି । ସୁଧାପଦ୍ମା ନିଜ ସଫଳତାର ଶ୍ରେୟ ଭଗବାନ, ପିତା ପ୍ରଫେସର ସୁଧାଂଶୁ ଶେଖର ଲେଙ୍କା ଓ ମାତା ଉର୍ମିଳା ରାଉତ, ଅଜା, ଆଈ ଓ ଭାଇଙ୍କୁ ଦେବା ସହ ନିଜର ପରିଶ୍ରମର ଫଳ ପାଇଥିବା କହିଛନ୍ତି।

ତାଙ୍କ ପରିବାରରୁ ଲଗାତାର ଭାବେ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଥିବା ଜଣାପଡିଛି। 2016ରେ ତାଙ୍କ ବଡ଼ ଭାଇ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ 2017ରେ ଆଉ ଜଣେ ଭାଇ ଏବଂ 2018ରେ ସେ ନିଜେ ଏହି ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ ସେ 38 ନମ୍ବର ସ୍ଥାନ ପାଇଥିବା ବେଳେ ବିନା କୌଣସି କୋଚିଂରେ ନିଜର ଅଧବସାୟ ବଳରେ ଏହି ସଫଳତା ପାଇଛନ୍ତି। ସେ ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଭଳି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା କହିଛନ୍ତି । ସେହିପରି ସେ ଯୁବପୀଢ଼ିଙ୍କୁ ନିଜ ଉପରେ ବିଶ୍ବାସ ରଖି ନିୟମିତ ଏକାଗ୍ରତାର ସହ ପରିଶ୍ରମ କଲେ ସୁଫଳ ମିଳିବ ପ୍ରକାଶ କରିଛନ୍ତି ।

ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

ସୁଦାପଦ୍ମାଙ୍କ ମା' ଉର୍ମିଳା ଝିଅର ସଫଳତାରେ ଖୁସି ହେବା ସହ ସେମାନେ ତାଙ୍କର ପରିଶ୍ରମ ପାଇଁ ଏହା ହାସଲ କରିଥବା କହିଛନ୍ତି। ସେ ସମସ୍ତ ପିତାମାତାଙ୍କୁ ନିଜର ପିଲାଙ୍କୁ ସର୍ବଦା ପାଠ ପଢିବା ଲାଗି ପ୍ରୋତ୍ସାହନ ଦେବା ପାଇଁ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details