ଓଡିଶା

odisha

ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

By

Published : May 13, 2020, 11:22 PM IST

Updated : May 14, 2020, 10:21 AM IST

ବ୍ରହ୍ମପୁର ସହରର ଉପକଣ୍ଠ ଶୀତଳାପଲ୍ଲୀରେ ଚିକିତ୍ସିତ ହେଉଥିବା ଦୁଇ କୋରୋନା ଆକ୍ରନ୍ତ ଶେଷରେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ
ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ସହରର ଉପକଣ୍ଠ ଶୀତଳାପଲ୍ଲୀରେ ଚିକିତ୍ସିତ ହେଉଥିବା ଦୁଇ କୋରୋନା ଆକ୍ରନ୍ତ ଶେଷରେ ଆରୋଗ୍ୟ ହୋଇ ଫେରିଛନ୍ତି । ଏହି ଅବସରରେ ଶୀତଳାପଲ୍ଲୀ କୋଭିଡ୍ କେୟାର ହସ୍ପିଟାଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଦୁଇ ଆରୋଗ୍ୟଙ୍କୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଠାଇ ଦିଆଯାଇଛି ।

ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ
ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ । ଏହା ଡାକ୍ତର ଟିମର ଉଦ୍ୟମ ଓ ଚିକିତ୍ସା ଯୋଗୁଁ ସମ୍ଭବପର ହୋଇଥିବା ଜିଲ୍ଲାପାଳ ଟୁଇଟ୍ କରି ନିଜର ମତବ୍ୟକ୍ତ କରିଛନ୍ତି । ସେପଟେ ଆରୋଗ୍ୟ ହୋଇଥିବା ଦୁଇ ବ୍ୟକ୍ତିବିଶେଷ ୧୫ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବେ ।

ଗଞ୍ଜାମର ଦୁଇ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 14, 2020, 10:21 AM IST

ABOUT THE AUTHOR

...view details