ଓଡିଶା

odisha

ମହିଳା ଦିବସରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

By

Published : Mar 9, 2021, 11:14 AM IST

ମହିଳା ଦିବସରେ ମହିଳାମାନଙ୍କ ସେବା ପାଇଁ ପୋଲିସରେ ୬୮ ଜଣ ମହିଳା ପୋଲିସ କର୍ମଚାରୀଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ...

dି
କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ମହିଳା ଦିବସ ଅବସରରେ ବ୍ରହ୍ମପୁରରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ସହିତ ବିଭିନ୍ନ ସ୍ଥାନରେ କରାଯାଇଛି ସମ୍ବର୍ଦ୍ଧନା କରାଯାଇଛି । ଜିଲ୍ଲା ପୋଲିସରେ ୬୮ ଜଣ ମହିଳା ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସହରର ଆମ୍ବପୁଆ ସ୍ଥିତ ପୋଲିସ ପଡିଆ ଠାରେ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦାନ କରି ଉପସ୍ଥିତ ଥିବା ମହିଳା ପୋଲିସ କର୍ମଚାରୀଙ୍କୁ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କରିଛନ୍ତି । ଏହା ସହିତ ସେମାନେ କର୍ତ୍ତବ୍ୟପରାୟଣ ହୋଇ ଉତ୍ସଗୀକୁତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରୋନା ମହାମାରୀ ସମୟରେ ମହିଳା ପୋଲିସ କର୍ମଚାରୀମାନେ ନିଜ ଘରର ଦାୟିତ୍ୱ ତୁଲାଇବା ସହ ଆଇନ ଶୃଙ୍ଖଳା,ଟ୍ରାଫିକ୍ ନିୟନ୍ତ୍ରଣ ଭଳି ବିଭିନ୍ନ ସମୟରେ ଲୋକଙ୍କ ସେବା କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି । ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଗତ ଜାନୁୟାରୀ ୧୨ ତାରିଖରେ ନାରୀମାନଙ୍କ ସୁରକ୍ଷା ପାଇଁ ନିର୍ଭୟା ଯୋଜନା ଅନୁସାରେ ପାଟ୍ରୋଲିଂ ପାଇଁ ପୋଲିସକୁ ମୋପେଡ ଗାଡ଼ି ଯୋଗାଇ ଦିଆଯାଇଛି । ଯଦି କେହି ମହିଳା ଜଣେ ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି ତେବେ ସେହି ଅଞ୍ଚଳର ଥାନାକୁ ଯୋଗାଯୋଗ କରିବା ମାତ୍ରେ ହିଁ ଉକ୍ତ ଥାନାର ମହିଳା କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସାହାର୍ଯ୍ୟ କରିବେ ।

ନାରୀ ଓ ପୁରୁଷ ଦୁହେଁ ସମାନ ଅଧିକାର ପାଇଥିଲେ ମଧ୍ୟ ପ୍ରକୃତ କ୍ଷେତ୍ରରେ ନାରୀମାନେ ଦୁର୍ବଳ ହୋଇପଡ଼ିଛନ୍ତି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ତିନି ଜଣ ଇନ୍ସପେକ୍ଟର , ନଅ ଜଣ ସବ୍ ଇନ୍ସପେକ୍ଟର ଏବଂ ୫୯ ଜଣ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପ୍ରତ୍ୟେକ ଥାନା ଫାଣ୍ଡିରେ ମହିଳା ମାନଙ୍କ ପାଇଁ ରେଷ୍ଟ ରୁମ୍ ବ୍ୟବସ୍ଥା କରାଯାଉ ବୋଲି ମହିଳା ଅଫିସର ଓ କନେଷ୍ଟବଳମାନେ ଉପସ୍ଥିତ ଅତିଥିଙ୍କୁ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ,ପ୍ରଶାନ୍ତ ମିଶ୍ର ଓ ରିଜର୍ଭ ଇନ୍ସପେକ୍ଟର ଦିଲୀପ କୁମାର ବେହେରା,ସର୍ଜେଣ୍ଟ କବିବର ଦେହୁରୀଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସହରର ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର,ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତୀ ଭାଶନ ଯୋଗ ଦେଇ ବିଭିନ୍ନ ପ୍ରତିଭାବାନ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଅନ୍ବେଷା କଳାକେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ କାର୍ଯ୍ୟରତ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details