ନୂଆଦିଲ୍ଲୀ: ଚୀନର ସୋସିଆଲ ମିଡିଆ କମ୍ପାନୀ ବାଇଟଡ୍ୟାନ୍ସ ଭାରତରେ ଏହାର କାରବାର ବନ୍ଦ କରିବା ନେଇ ଘୋଷଣା କରିଛି । ଭାରତରେ ଟିକଟକ ଓ ହାଲୋ ଆପର ମାଲିକାନା ରଖିଥିବା ଏହି କମ୍ପାନୀର ସେବା ଉପରେ ପ୍ରତିବନ୍ଧକ ଜାରି ରହିଛି ।
ଟିକଟିକର ବୈଶ୍ବିକ ଅନ୍ତରିଣ ପ୍ରମୁଖ ବେନେସା ପାପ୍ସପ (Vanessa Pappas) ଓ ଗ୍ଲୋବାଲ ବିଜନେସ ସଲ୍ୟୁସନ୍ସ ବ୍ଲାକ ଚାଣ୍ଡଲେ (Blake Chandley) କର୍ମଚାରୀଙ୍କୁ ପଠାଇଥିବା ଏକ ଇମେଲରେ କମ୍ପାନୀର ନିର୍ଣ୍ଣୟ ବିଷୟରେ କହିଛନ୍ତି କି, ସେମାନେ ଟିମର ଆକାରକୁ କମ କରିବାକୁ ଯାଉଛନ୍ତି । ଆଉ ଏହି ନିର୍ଣ୍ଣୟ ଦ୍ବାରା ଭାରତର ସମସ୍ତ କର୍ମଚାରୀ ପ୍ରଭାବିତ ହେବେ । ଅଧିକାରୀମାନେ ପୁଣି ଭାରତକୁ କମ୍ପାନୀର କମବ୍ୟାକ ଉପରେ ଅନିଶ୍ଚିତତା ବ୍ୟକ୍ତ କରିଛନ୍ତି । ତେବେ ଆଗାମୀ ସମୟରେ ପୁଣି କମ୍ପାନୀ ଆସିବ ଆଶା ରହିଛି ।