ମୁମ୍ବାଇ: ଘରୋଇ କ୍ଷେତ୍ରର ବିମାନ କମ୍ପାନୀ ସ୍ପାଇସଜେଟ କୋଭିଡ-19 ଟିକା ପରିବହନ ପାଇଁ ଓମ ଲଜିଷ୍ଟିକ୍ସ ସହ ବୁଝାମଣା କରିଛି । ଏ ନେଇ ଗୁରୁବାର ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ।
କମ୍ପାନୀ କହିଛି ଯେ, କେବଳ କୋଭିଡ-19 ଟିକାକୁ ଦ୍ରୁତ ଓ ସହଜ ଯୋଗାଣକୁ ସୁନିଶ୍ଚିତ କରିବା ଏହି ରଣନୀତିକ ବୁଝାମଣା ଲକ୍ଷ୍ୟ । ଏଥିସହ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶୀତ ଭଣ୍ଡାରଗୃହର ଶୃଙ୍ଖଳା ମଧ୍ୟ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ।
ନିକଟରେ ସ୍ପାଇସଜେଟ କହିଛି କି, ଏହାର ମାଲପରିବହନ ସେବା ସ୍ପାଇସ ଏକ୍ସପ୍ରେସ ଶୂନ୍ୟରୁ 40 ଡିଗ୍ରୀ ସେଲସିୟସ ତଳୁ ଆରମ୍ଭ କରି 25 ଡିଗ୍ରୀ ସେଲସିୟସର ନିୟନ୍ତ୍ରିତ ତାପମାତ୍ରାରେ ଟିକା ଏବଂ ଔଷଧର ଗତିବିଧି ପାଇଁ ପ୍ରତିବଦ୍ଧ ରହିବ ।
ବିବୃତ୍ତିରେ କୁହାଯାଇଛି କି, ଓମ ଲଜିଷ୍ଟିକ୍ସର ବୈଶ୍ବିକ ଉପସ୍ଥିତି ଅଛନ୍ତି । ସମଗ୍ର ବିଶ୍ବରେ 1200ରୁ ଅଧିକ କାର୍ଯ୍ୟାଳୟ ଅଛି । ଆଉ ଭାରତରେ ଏହା 19000ରୁ ଅଧିକ ପିନକୋଡରେ ଏହା ସେବା ପ୍ରଦାନ କରୁଛି । ଏଣୁ ଏହି ବୁଝାମଣା ସ୍ପାଇସଜେଟ କ୍ଷମତାକୁ ମଜବୁତ କରିବ ।