ନୂଆଦିଲ୍ଲୀ: ରବିବାର ସକାଳ 11 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ଆର୍ଥିକ ପାଣ୍ଠିରର ଉଦଘାଟନ କରିବେ । ଏହା ବ୍ୟତିତ ସେ ପିଏମ କିଶାନ ସମ୍ମାନ ଯୋଜନାର ଷଷ୍ଠ କିସ୍ତି ପାଇଁ 1700 କୋଟି ଟଙ୍କାର ଫଣ୍ଡ ଜାରି କରିବେ । ଏହି ଯୋଜନାରେ ଦେଶର ମୋଟ 8.5 କୋଟି କୃଷକ ଉପକୃତ ହେଉଛନ୍ତି ।
କୃଷି ଭିତ୍ତିଭୂମି ପ୍ରସ୍ତୁତ କରାଯିବ
କେନ୍ଦ୍ର କ୍ୟାବିନେଟ କୃଷି ଭିତ୍ତିଭୂମି ଫଣ୍ଡ ପାଇଁ 1 ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଛି । ଏହି ପଣ୍ଡକୁ ବ୍ୟବହାର ଫସଲ ଅମଳ ହେବା ପରେ କୃଷି ସମ୍ବନ୍ଧୀତ ଭିତ୍ତିଭୂମି ପରିଚାଳନା ପାଇଁ କରାଯିବ । ଏହା ସାହାଯ୍ୟରେ କୃଷକଙ୍କ ପାଇଁ ଶୀତଳ ଭଣ୍ଡାର ହେବ , କଲେକ୍ସନ ସେଣ୍ଟର, ଗୋଦାମ ଗୃହ ନିର୍ମାଣ, ସର୍ଟିଂ ଏବଂ ପ୍ୟାକିଂ ୟୁନିଟ୍ ପାଇଁ ଇ-ମାର୍କେଟିଂ ସେଣ୍ଟର ଆଦି ତିଆରି ହେବ ।
ଏହା ସହଯୋଗରେ କୃଷକଙ୍କୁ ସେମାନଙ୍କ ଫସଲ ପାଇଁ ଅଧିକ ଟଙ୍କା ମିଳିବ । ଫଳରେ ସେମାନଙ୍କ ଆୟ ବୃଦ୍ଧି ହେବ । ଚାଷୀଙ୍କ ଆୟ ଦ୍ବିଗୁଣା କରିବା ନେଇ ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ଜୋରଦାର ପ୍ରସ୍ତୁତି କରୁଛନ୍ତି ।
1 ଲକ୍ଷ କୋଟି ଟଙ୍କାର ଫଣ୍ଡ ଅଲଗା ଅଳଗା ଫାଇନାନ୍ସିଂ ଇଣ୍ଟିଟ୍ୟୁସନ ସହାୟତାରେ ଏକତ୍ର କରାଯିବ । 12 ଟିରୁ 11 ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ପୂର୍ବରୁ ହିଁ ଏମଓୟୁ ସ୍ବାକ୍ଷର କରିସାରିଛନ୍ତି ।