ମୁମ୍ବାଇ: 40 କୋଟି ଟଙ୍କା ବ୍ୟୟରେ ପୁନେରେ ଏକ ସୁଗାର ମ୍ୟୁଜିୟମ ବା ଚିନି ସଂଗ୍ରହାଳୟ ହେବ । ମହାରାଷ୍ଟ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛି । ଏହି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପୁନେର ଶିବାଜୀନଗରର ସାଖର ଶାଙ୍କୁଲରେ ହେବ ବୋଲି ପ୍ରସ୍ତାବ ରହିଛି ।
ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଉଥିବା ଉପମୁଖ୍ୟମନ୍ତ୍ରୀ ଅଜୀତ ପାୱାର ସଦନରେ 2021-22 ବଜେଟ ଉପସ୍ଥାପନ ବେଳେ ଏ ନେଇ ଘୋଷଣା କରିଛନ୍ତି । ପାୱାର କହିଛନ୍ତି କି, ପୁନେର ଶିବାଜୀନଗରରେ ହେବାକୁ ଥିବା ଏହି ପ୍ରକଳ୍ପ ବ୍ୟୟବରାଦ 40 କୋଟି ଟଙ୍କା ହେବ । ଏହି ସଂଗ୍ରହାଳୟ ମହାରାଷ୍ଟ୍ରରେ ଚିନି ଉଦ୍ୟୋଗ ସହ ହିଁ ସହାୟତା ଉଦ୍ୟୋଗରେ ହୋଇଥିବା ପ୍ରଗତି ବିଷୟରେ ସୂଚନା ପ୍ରଦାନ କରିବ ।
ଏହି ସଂଗ୍ରାହଳୟ ଏକ ସ୍ଥାୟୀ ପ୍ରଦର୍ଶନ ହେବ । ଆଉ ଦେଖାଇବ କି କିଭଳି ମହାରାଷ୍ଟ୍ରରେ ଚିନି ଉଦ୍ୟୋଦ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ ଓ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ମହାରାଷ୍ଟ୍ରରେ ସର୍ବାଧିକ ଚିନି କଳ ସହକାରୀ ସଂସ୍ଥା ଦ୍ବାରା ପରିଚାଳିତ । ଚିନି ଉଦ୍ୟୋଗ ସମୟ ସହ ବିକଶିତ ହୋଇଛି , ଏପରିକି ଫସଲର ପାର୍ଟନରେ ମଧ୍ୟ ପରିବର୍ତ୍ତନ ହୋଇଛି । ଚିନି ସଂଗ୍ରହାଳୟ ଲୋକଙ୍କୁ ଶିକ୍ଷିତ କରାଇବ ଓ ଗ୍ରାମୀଣ ଅର୍ଥବ୍ୟବସ୍ଥା ବିଷୟରେ ଜାଗୃତ କରାଇବ ।