ଓଡିଶା

odisha

କୋର୍ଟରେ ହାଜର ହେଲେ ଚନ୍ଦା କୋଚ୍ଚରଙ୍କ ସ୍ବାମୀ

By

Published : Sep 8, 2020, 1:08 PM IST

କୋର୍ଟରେ ହାଜର ହେଲେ ଚନ୍ଦା କୋଚ୍ଚରଙ୍କ ସ୍ବାମୀ । ସୋମବାର ଇଡି ପକ୍ଷରୁ ମନି ଲଣ୍ଡିରିଂ ମାମଲାରେ ଦୀପକ କୋଚ୍ଚରଙ୍କୁ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ..

ICICI Bank-Videocon case
ICICI Bank-Videocon case

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୋମବାର ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ।

ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଆଧାରରେ ଇଡି ଗତ ବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକୁ ଗିରଫ କରାଯାଇଛି ।

ତେବେ ଏଜେନ୍ସି ଏହି ମାମଲାର ଅଧିକ ଯାଞ୍ଚ ପାଇଁ ତାଙ୍କୁ ହେପାଜତରେ ନେବାକୁ ସ୍ଥାନୀୟ କୋର୍ଟରେ ହାଜର କରାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details