ଓଡିଶା

odisha

ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ସୁବ୍ୟବସ୍ଥିତ ପରୀକ୍ଷଣ-ଟୀକାକରଣ ପାଇଁ ସଞ୍ଜୟଙ୍କ ନିର୍ଦ୍ଦେଶ

By

Published : May 19, 2021, 12:18 PM IST

ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା କୋଭିଡ୍ ପରିଚାଳନାର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା । ଅଧିକ ପଢନ୍ତ...

ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣ ଓ ଟିକାକରଣକୁ ସୁବ୍ୟବସ୍ଥିତ କରିବାକୁ ସଞ୍ଜୟଙ୍କ ନିର୍ଦ୍ଦେଶ
ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣ ଓ ଟିକାକରଣକୁ ସୁବ୍ୟବସ୍ଥିତ କରିବାକୁ ସଞ୍ଜୟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଲୋକସେବା ଭବନରୁ ଭର୍ଚୁଆଲ୍ ମାଧ୍ୟମରେ ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା କୋଭିଡ୍ ପରିଚାଳନାର ସମୀକ୍ଷା କରିଛନ୍ତି । ପରୀକ୍ଷଣ, ଟିକାକରଣ, ସ୍ଵତନ୍ତ୍ର ରାସନ୍ ବଣ୍ଟନ, ମନରେଗା କର୍ମନିଯୁକ୍ତି, ରବି ଫସଲ ସଂଗ୍ରହ ଆଦି କାର୍ଯ୍ୟ ସଂପାଦନ ସମୟରେ କୋଭିଡ଼ ନିୟମର ଅନୁପାଳନ କରିବାକୁ ଉଭୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଞ୍ଜୟ । Body:ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ କୋଭିଡ଼ ମହାମାରୀ ସମୟରେ ସ୍ଵତନ୍ତ୍ର ରାସନ ଯୋଗାଣ ପ୍ରଦାନକୁ ବ୍ୟବସ୍ଥିତ କରିବା ଉପରେ ସଞ୍ଜୟ ଗୁରୁତ୍ବ ଦେଇଛନ୍ତି । ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ଏବଂ ମନରେଗାରେ ଅଧିକରୁ ଅଧିକ କର୍ମଦିବସ ସୃଷ୍ଟି ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷକ ଗୁରୁତ୍ୱ ଦେଇଛନ୍ତି । ଉଭୟ ଜିଲ୍ଲାର ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେଉଥିବାରୁ ମନରେଗା କାର୍ଯ୍ୟକ୍ରମରେ ବର୍ତ୍ତମାନ ଶିଥିଳିତା ଦେଖାଦେଇଛି ବୋଲି ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣ ଓ ଟିକାକରଣକୁ ସୁବ୍ୟବସ୍ଥିତ କରିବାକୁ ସଞ୍ଜୟଙ୍କ ନିର୍ଦ୍ଦେଶ
ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା କେନ୍ଦ୍ର ସରକାରଙ୍କ ଦ୍ଵାରା ଆକାଂକ୍ଷୀତ ଜିଲ୍ଲା ଭାବରେ ଗ୍ରହଣ କରାଯାଇଛି । ଉଭୟ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଅଧିକାରୀମାନଙ୍କୁ ସ୍ଵତନ୍ତ୍ର ଭାବରେ ପତ୍ର ଲେଖି ସମାଧାନ ନିମନ୍ତେ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଦୁଇ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ ଦିବସଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସଞ୍ଜୟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ମନରେଗା କାର୍ଯ୍ୟକ୍ରମକୁ ସଚଳ କରିବା ପାଇଁ ତୁରନ୍ତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସଞ୍ଜୟ ନିର୍ଦ୍ଦେଶ ଦେଇଛନ୍ତି ।ଚଳିତ ବର୍ଷ ରବି ଫସଲ ସଂଗ୍ରହ ମୂଳରୁ ବ୍ୟବସ୍ଥିତ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।ଏ ଦୁଇଟି ଜିଲ୍ଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ନବରଙ୍ଗପୁରର ଛତିଶଗଡ଼ ଓ ରାୟଗଡ଼ାର ଆନ୍ଧ୍ରପ୍ରଦେଶ ସୀମାରେ କୋଭିଡ୍ ଜଟକଣା କଡ଼ାକଡ଼ି ଭାବରେ ଲାଗୁ କରାଯିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଟିକାକରଣ ଓ ପରୀକ୍ଷଣକୁ ସୁବ୍ୟବସ୍ଥିତ ଢଙ୍ଗରେ କେଭିଡ୍‌ ନିୟମ ଅନୁପାଳନ ସହିତ କାର୍ଯ୍ୟକାରୀ କରିବାକୁ ସଂଜୟ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ଼ ଡାକ୍ତରଖାନା, କୋଭିଡ଼ ଯତ୍ନ କେନ୍ଦ୍ର, ଅସ୍ଥାୟୀ ଚିକିତ୍ସା ଶିବିରଗୁଡ଼ିକୁ ୨୪ ଘଣ୍ଟିଆ ବ୍ୟାକଅପ୍ ବିଦ୍ୟୁତ ସରବରାହରେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିଲେ । ସମ୍ପ୍ରଦାୟ ମଧ୍ୟରେ ସଂକ୍ରମଣ ବଢୁଥିବାରୁ ଉଭୟ ଜିଲ୍ଲାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି । ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଝରିଗାଁ ବିଧାୟକ ପ୍ରକାଶ ମାଝୀ ରାଇଘର, ପୁଜାରୀପୁଟରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଅଧିକ ପରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ୧୦୦ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୪ଟି ଭେଣ୍ଟିଲେଟର ଯୁକ୍ତ ଓ ୧୨ଟି ଆଇସିୟୁ ଶଯ୍ୟା ସହିତ ମୋଟ ୧୮୪ଟି ଶଯ୍ୟାରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଦ୍ବିତୀୟ ଲହରରେ ବର୍ତ୍ତମାନ ୯୧,୫୯୫ କୋଭିଡ ପରୀକ୍ଷା କରାଯାଇ ୯୮୮୨ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାରେ ୬ଟି କୋଭିଡ଼ ଯତ୍ନ କେନ୍ଦ୍ର କାର୍ଯ୍ୟ କରୁଛି । ସଂକ୍ରମଣ ରୋକିବା ପାଇଁ ଏଏନ୍ଏମ୍, ଆଶା କର୍ମୀ ଓ ଶିକ୍ଷକମାନେ ଘରକୁ ଘର ଯାଇ ସର୍ଭେ କରୁଛନ୍ତି । ରୋଗୀମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୪୧୭ ଜଣ ସମ୍ମୁଖ ଯୋଦ୍ଧାଙ୍କ ସମେତ ୧ ଲକ୍ଷ ୫ ହଜାର ଲୋକଙ୍କୁ ଟିକା ଦିଆଯାଇଛି ।ସେହିପରି ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨,୧୪, ୬୩୮ ପରୀକ୍ଷଣ କରାଯାଇ ୧୩୦୦୦ କୋଭିଡ଼୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । କେଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ଗୋଟିଏ କୋଭିଡ଼ ଯତ୍ନ ଡାକ୍ତରଖାନା କାର୍ଯ୍ୟ କରୁଛି । ଯେଉଁଥିରେ ୧୧୦ଟି ଶଯ୍ୟା, ୧୧୦ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୧୦ଟି ଆଇସିୟୁ ଶଯ୍ୟା, ୫ଟି ଭେଣ୍ଟିଲେଟର ରହିଛି । ଜିଲ୍ଲାରେ ୪ଟି କୋଭିଡ୍ ଯତ୍ନ କେନ୍ଦ୍ରରେ ୬୧ଟି ଶଯ୍ୟା ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୮୦୦୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୭୪୪୩ ଜଣ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ରହିଛନ୍ତି । ଉଭୟ ଜିଲ୍ଲାରେ ପରୀକ୍ଷଣ, ଚିକିତ୍ସା ଏବଂ ଗ୍ରାମାଞ୍ଚଳରେ ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଆଦିମ ଜନଜାତି ସଂପ୍ରଦାୟଙ୍କୁ ଅଧିକରୁ ଅଧିକ କୋଭିଡ଼ ପରୀକ୍ଷଣ ପାଇଁ ବୈଠକରେ ସଞ୍ଜୟ ପରାମର୍ଶ ଦେଇଛନ୍ତି । ବୈଠକରେ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ABOUT THE AUTHOR

...view details