ଓଡିଶା

odisha

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

By

Published : May 21, 2021, 7:38 PM IST

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ଅଧିକ ପଢନ୍ତୁ...

labour died
labour died

ଦେବଗଡ଼: 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଘଟଣ । ଜିଲ୍ଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁ ନିକଟରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ଦେୱାସ ଜିଲ୍ଲାର ଶୁଶୀଳ ୱେକେ ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପାଇପ ବିଛା କାର୍ଯ୍ୟ କରୁଥିବା ଭୋଲଟାସ ନାମକ ଏକ ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ ଶୁଶୀଳ, ପାଇପ ବୋଝେଇ ଟ୍ରକରୁ ପାଇପ ଅନଲୋଡ଼ କରୁଥିବା ସମୟରେ ଟ୍ରକ ଉପର ଦେଇ ଯାଇଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ଧରି ବିଦ୍ୟୁତ ତାରରେ ଶ୍ରମିକଙ୍କ ମୃତଦେହ ଲାଗି ରହିଥିବା ଦେଖି କିଛି ସ୍ଥାନୀୟ ଲୋକ କୁଣ୍ଢେଇଗୋଳା ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଉଦ୍ଧାର କରିବା ସହିତ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ 11 କେଭି ବିଦ୍ୟୁତ ତାର ତଳକୁ ଓହଳି ପଡ଼ିଥିବାରୁ ଏହା ସଂସ୍ପର୍ଶରେ ଆସି ଶ୍ରମିକ ଜଣକ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details