ଓଡିଶା

odisha

କିମ୍ ଜୋଙ୍ଗଙ୍କ କ୍ରୁରତା: ଅର୍ଥନୀତିର ଆଲୋଚନା କରିବାରୁ 5 ଅଧିକାରୀଙ୍କୁ କଲେ ହତ୍ୟା

By

Published : Sep 12, 2020, 12:25 PM IST

ଉତ୍ତର କୋରିଆ ଅର୍ଥନୈତିକ ମନ୍ତ୍ରଣାଳୟର 5 ଜଣ ଅଧିକାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅର୍ଥନୀତି ଉପରେ ଖୁଲମ ଖୁଲା ଭାବେ ସମାଲୋଚନା କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା ।

 5 ଅଧିକାରୀଙ୍କୁ ଗୁଳି କରି ହତ୍ୟା
5 ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଉତ୍ତର କୋରିଆ ଅର୍ଥନୈତିକ ମନ୍ତ୍ରଣାଳୟର 5 ଜଣ ଅଧିକାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅର୍ଥନୀତି ଉପରେ ଖୁଲମ ଖୁଲା ଭାବେ ସମାଲୋଚନା କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଅଧିକାରୀ ଡିନର୍ ପାର୍ଟିରେ ଉତ୍ତର କୋରିଆର ଶାସକ କିମ-ଜୋଙ୍ଗ-ଉନଙ୍କ ନୀତିକୁ ସମାଲୋଚନା କରିଥିଲେ।

ନିକଟରେ ଏକ ଇଂରାଜୀ ଖବର କାଗଜର ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ମନ୍ତ୍ରଣାଳୟର 5 ଜଣ ଅଧିକାରୀ ଖୋଲାଖୋଲି ଭାବେ ଉତ୍ତର କୋରିଆର ଖରାପ ଅର୍ଥନୀତି ବିଷୟରେ ଆଲୋଚନା କରୁଥିଲେ । କୁହାଯାଉଛି ଯେ ଏହି ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ୟୋଡୋକର ଏକ ରାଜନୈତିକ ଶିବିରକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶଥାଉକି, ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଅଟେ। କୁହାଯାଉଛି ଯେ କୋରୋନା ସଂକ୍ରମଣ କାରଣରୁ ଦେଶର ପରିସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି। ଉତ୍ତର କୋରିଆ ଦୁନିଆର ସବୁଠାରୁ ଗରିବ ଦେଶ ମଧ୍ୟରେ ଗଣାଯାଏ । ସମାଲୋଚନା ପରେ ଆଲୋଚନା ପାଇଁ ଏକ ବୈଠକ ଡକାଯାଇଥିଲା ଓ ପରେ ପୋଲିସ ଗିରଫ କରିଥିଲା। ସେମାନେ ଏହାକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ।

ପ୍ରକାଶଥାଉକି, ଅର୍ଥନୈତିକ ମନ୍ତ୍ରଣାଳୟର ଏହି ଅଧିକାରୀମାନେ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ଶିଳ୍ପ ସଂସ୍କାରର ଆବଶ୍ୟକତା କରୁଛନ୍ତି ଓ ବିଶ୍ବରୁ ମଧ୍ୟ ସହଯୋଗ ଲୋଡିଥିଲେ । ଉତ୍ତର କୋରିଆ ଅନେକ ଅର୍ଥନୈତିକ ପ୍ରତିବନ୍ଧକ ସାମ୍ନା କରୁଛି। କିଛି ଦିନ ପୂର୍ବରୁ କିମ ଜୋଙ୍ଗ ଉନ୍ ମଧ୍ୟ ନିଜ ଦାଦାଙ୍କୁ ଫାୟାରିଂ ସ୍କ୍ବାର୍ଡ ମାଧ୍ୟମରେ ହତ୍ୟା କରିଥିବା ଖବର ଆସିଥିଲା।

ABOUT THE AUTHOR

...view details