ଓଡିଶା

odisha

Yamunotri Highway Collapsed: ପ୍ରାକ୍‌-ମୌସୁମୀ ବର୍ଷାରେ ଧସିଲା ଯନୁନୋତ୍ରୀ ହାଇୱେ

By

Published : May 19, 2022, 12:33 PM IST

ଉତ୍ତରାଖଣ୍ଡରେ ଏବେ ମୌସୁମୀ ପହଞ୍ଚିନି ମାତ୍ର ବର୍ଷା ଚାରିଧାମ ଯାତ୍ରୀଙ୍କ ମୁସ୍କିଲ ବଢାଇବା ଆରମ୍ଭ କରିସାରିଲାଣି । ଯମୁନେତ୍ରୀ ଧାମରୁ ୨୫ କିଲୋମିଟର ପୂର୍ବରୁ ରାନାଚଟି ନିକଟ ଯନୁନୋତ୍ରୀ ହାଇୱେର(Yamunotri Highway Blocked ) ୧୫ ମିଟର ରାସ୍ତା ଧସିବାକୁ ବଡ ଯାନବାହନ ଚଳାଚଳ ଠପ୍‌ । ଅଧିକ ପଢନ୍ତୁ

Yamunotri Highway Collapsed:ହାଲୁକା ବର୍ଷାରେ ଧସିଲା ୟୁମୁନେତ୍ରୀ ଜାତୀୟ ରାଜପଥ
Yamunotri Highway Collapsed:ହାଲୁକା ବର୍ଷାରେ ଧସିଲା ୟୁମୁନେତ୍ରୀ ଜାତୀୟ ରାଜପଥ

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ଏବେ ମୌସୁମୀ ପହଞ୍ଚିନି ମାତ୍ର ବର୍ଷା ଚାରିଧାମ ଯାତ୍ରୀଙ୍କ ମୁସ୍କିଲ ବଢାଇବା ଆରମ୍ଭ କରିସାରିଲାଣି । ଯମୁନେତ୍ରୀ ଧାମରୁ ୨୫ କିଲୋମିଟର ପୂର୍ବରୁ ରାନାଚଟି ନିକଟ ଯନୁନୋତ୍ରୀ ହାଇୱେର ୧୫ ମିଟର ଭାଗ ଧସିଯାଇଛି (Yamunotri Highway collapsed) । ଭୂସ୍ଖଳନ ଯୋଗୁଁ ଏଠାରେ କେବଳ ଛୋଟ ଯାନବାହନ ଗୁଡିକ ଯାଇପାରୁଛି । ବଡ ଯାନବାହନ ଚଳାଚଳ ଠପ୍‌ ହୋଇଯିବାରୁ ବସ୍‌ ଦ୍ବାରା ଜାନକୀଚଟିରୁ ବଡକୋଟ ଅଭିମୁଖେ ଆଶୁଥିବା ୧୨୦୦ ଓ ବଡକୋଟ୍‌ରୁ ଜାନକୀ ଚଟି ଆଡକୁ ଯାତ୍ରା କରୁଥିବା ପ୍ରାୟ ୩୦୦୦ ଯାତ୍ରୀ ବଡକୋଟ ଓ ଜାନକୀଚଟି ମଝିରେ ଫସିରହିଛନ୍ତି । ଏଥିରେ କାହାର କୈଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପ୍ରଶାସନିକ ସୂଚନା ଅନୁଯାୟୀ ଭୂସ୍ଖଳନ ଯୋଗୁଁ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ରାଜପଥ ଖୋଲିବାର ସମ୍ଭାବନା ନାହିଁ ।

ବାରକୋଟର ଜାତୀୟ ରାଜପଥ ପ୍ରାଧିକରଣ ଟିମ (NHA Barkot section) ରାସ୍ତା ସଫେଇ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ପାହାଡ କାଟି ରାସ୍ତାକୁ ପ୍ରଶସ୍ତ କରାଯାଉଛି । ରାସ୍ତାର ଉପରି ଭାଗରେ ପଥର ଥିବା ଯୋଗୁଁ ରାସ୍ତା ମରାମତିରେ ସମୟ ଲାଗୁଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ସୂଚନା ଅନୁସାରେ, ବୁଧବାର ସଂନ୍ଧ୍ୟାରେ ହାଲୁକା ବର୍ଷା ହେବା କାରଣରୁ ରାନାଚଟ୍ଟି(Ranachatt) ନିକଟ ଯନୁନୋତ୍ରୀ ଜାତୀୟ ରାଜପଥର ନିମ୍ନ ଭାଗରେ ହଠାତ ଭୂସ୍ଖଳନ ହୋଇଥିଲା । ଫଳରେ ରାସ୍ତାର କିଛି ଅଂଶ ଭୁଶୁଡି ପଡିଥିଲା ।

ଭୁସ୍ଖଳନ ହେତୁ ଗମନା ଗନରେ ସମସ୍ୟା ସୃଷ୍ଟି ହୋଇଥିଲା । ଖାସ୍‌ କରି ବଡ ବଡ ଯାନବାହନ ଗୁଡିକ ଅଟକି ରହିଥିଲା । ବାରକୋଟକୁ ଫେରୁଥିବା 24 ଟି ବଡ ବସ ଏବଂ 17 ଟି ମିନି ବସ୍‌ ରାନାଚଟ୍ଟି(Ranachatti) ଓ ଜାଙ୍କିଚଟ୍ଟି( Jankichatti) ମଧ୍ୟରେ ଅଟକି ରହିଛି । ଜାନକୀଚଟ୍ଟି, ଖରସାଲୀ, ଫୁଲଚଟ୍ଟି, କ୍ରିଷ୍ଣଚାଟ୍ଟି, ହନୁମାନଚାଟ୍ଟି ଷ୍ଟପ ଗୁଡିକରେ ବସ ଗୁଡିକୁ ଅଟକାଇ ଦିଆଯାଇଛି ।

ରାସ୍ତା ସଫା ହେବା ପରେ ଯାତ୍ରୀଙ୍କ ବସ୍‌ ଗୁଡିକୁ ଛଡାଯିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉତ୍ତରକାଶୀ ପୋଲିସ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ସେୟାର କରିଛି ଯେ, ରାଣାଚଟ୍ଟି ନିକଟସ୍ଥ ଯନୁନୋତ୍ରୀ ରାଜପଥକୁ ଅବରୋଧ କରାଯାଇଛି । ଏହି କାରଣରୁ ଏଠାରେ ବଡ ବଡ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details