ନୂଆଦିଲ୍ଲୀ: ସଂସଦର ମୌସୁମୀ ଶୀତ ଅଧିବେଶନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟସଭାରେ ସାଂସଦଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ୧୧୦ ଦିନ ପରେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ୧୨ ସାଂସଦ (12 RS MP) ନିଲମ୍ବନ ହୋଇଛନ୍ତି । ଆଜି (ମଙ୍ଗଳବାର) ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଙ୍କେୟା ନାଇଡୁଙ୍କୁ ( Rajya Sabha Chairman M Venkaiah Naidu) ଭେଟିବେ । ସଂସଦ ପରିସରରେ ଭେଙ୍କେୟା ନାଇଡୁଙ୍କ ବାସଭବନରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।
ସଂସଦର ଶୀତ ଅଧିବେଶନ ପ୍ରଥମ ଦିନରେ ରାଜ୍ୟ ସଭା ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସରୁ ୬ଜଣ, TMC ଓ ଶିବସେନାରୁ ୨ଜଣ ଲେଖାଏଁ ଏବଂ CPM ଓ CPIରୁ ଜଣେ ଲେଖାଏଁ ସଦ୍ୟସ ରହିଛନ୍ତି ।