ଓଡିଶା

odisha

ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ଆରମ୍ଭ ହେଲା ବୁକିଂ

By

Published : Dec 23, 2020, 7:22 AM IST

ଆଇଆରସିଟିସି ସ୍ବତନ୍ତ୍ର ଟ୍ରେନ ଜରିଆରେ ଜ୍ୟୋର୍ତିଲିଙ୍ଗ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଦର୍ଶନ ଯୋଗାଇବା ବ୍ୟତୀତ ନୂଆ ବର୍ଷରେ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ଭାରତକୁ ତୀର୍ଥଯାତ୍ରା କରିବାକୁ ଆଇଆରସିଟିସି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଷ୍ଟାଚୁ ଅଫ୍ ୟୁନିଟି ପାଇଁ ଆରମ୍ଭ ହେଲା ବୁକିଂ
ଷ୍ଟାଚୁ ଅଫ୍ ୟୁନିଟି ପାଇଁ ଆରମ୍ଭ ହେଲା ବୁକିଂ

ଲକ୍ଷ୍ନୌ: ନବବର୍ଷ ଉପଲକ୍ଷେ ଆଇଆରସିଟିସି ରେଳ ଯାତ୍ରୀଙ୍କୁ ଉପହାର ଦେବାକୁ ଯାଉଛି । ଆଇଆରସିଟିସି ସ୍ବତନ୍ତ୍ର ଟ୍ରେନ ଜରିଆରେ ଜ୍ୟୋର୍ତିଲିଙ୍ଗ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଦର୍ଶନ ଯୋଗାଇବା ବ୍ୟତୀତ ନୂଆ ବର୍ଷରେ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ଭାରତକୁ ତୀର୍ଥଯାତ୍ରା କରିବାକୁ ଆଇଆରସିଟିସି ନିଷ୍ପତ୍ତି ନେଇଛି । ଏଥିପାଇଁ ଜାନୁୟାରୀ 10ରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ଯାହାର ବୁକିଂ ଆରମ୍ଭ ହୋଇଛି ।

ବାରାଣାସୀ ମୁଖ୍ୟ ସୁପରଭାଇଜର ସୁବୋଧ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ଟ୍ରେନର ଯାତ୍ରା ଜାନୁଆରୀ 10 ରୁ ଆରମ୍ଭ ହେବାକୁ ଯାଉଛି । ବାରାଣାସୀ ରେଳ ଷ୍ଟେସନରୁ ବାହାରି ଏହି ସ୍ୱତନ୍ତ୍ର ଟ୍ରେନ୍ ପରଦିନ ଅର୍ଥାତ୍ 11 ଜାନୁଆରୀରେ ଉଜୈନରେ ପହଞ୍ଚିବ । ଉଜୈନରେ 2 ଦିନ ଏବଂ ଗୋଟେ ରାତି ରହିବା ପରେ କେଭାଡିଆକୁ 14 ଜାନୁଆରୀରେ ପହଞ୍ଚିବ । ଯେଉଁଠାରେ ଯାତ୍ରୀମାନେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ । ଏହା ପରେ 15 ଜାନୁଆରୀରେ ସୋମନାଥ, 16 ଜାନୁଆରୀରେ ଦ୍ୱାରକା ଏବଂ 17 ଜାନୁଆରୀରେ ସାବରମତିରେ ପହଞ୍ଚିବ ଏହି ଟ୍ରେନ ।

ଜାନୁୟାରୀ 17 ସନ୍ଧ୍ୟାରେ ଏହି ଟ୍ରେନ୍ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ 18 ରେ ବାରାଣାସୀରେ ପହଞ୍ଚିବ । ସୁପରଭାଇଜର ସୁବୋଧ ଶ୍ରୀବାସ୍ତବ କହିଛନ୍ତି ଯେ, ଜାନୁୟାରୀ 10ରେ ଏହି ସ୍ୱତନ୍ତ୍ର ଟ୍ରେନ୍ ସକାଳ 6 ଟାରେ ବାରାଣାସୀ ଜଙ୍କସନରୁ ଛାଡିବ । ଏଥିପାଇଁ ଆଇଆରସିଟିସି ୱେବସାଇଟରେ ବୁକିଂ ଆରମ୍ଭ ହୋଇଛି । 8 ଦିନିଆ ଯାତ୍ରା ପାଇଁ ସମୁଦାୟ ଭଡା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 8505 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଟ୍ରେନର ସମସ୍ତ କୋଚ୍ ଶୋଇବା ଶ୍ରେଣୀ ଏବଂ ଯାତ୍ରୀମାନଙ୍କୁ ଟ୍ରେନରେ ଜଳଖିଆ ଏବଂ ଖାଦ୍ୟ ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ 400 ଲୋକ ଟିକେଟ ବୁକ୍ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details