ଚଣ୍ଡିଗଡ/ଲକ୍ଷ୍ନୌ:ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ପଞ୍ଜାବରେ ଆଜି ସମସ୍ତ ୧୧୭ ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ ଦେଉଛନ୍ତି ରାଜ୍ୟବାସୀ ।
ତେବେ ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ ହୋଇଥିବା ଉଭୟ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।