ଲକ୍ଷ୍ନୌ:ଉତ୍ତର ପ୍ରଦେଶର କରହଲ ବିଧାନସଭା ଆସନରୁ ଅଖିଳେଶ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଏସପି ସିଂ ବାଘେଲ । ତେବେ ବଘେଲ ଆଜି ଜିଲ୍ଲା ମୁଖ୍ୟାଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାର କିଛି ଘଣ୍ଟା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ଆନସରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ବଘେଲ ବର୍ତ୍ତମାନ ଆଇନ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ ତୁଲାଉଛନ୍ତି । ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କ୍ଷମତାରେ ଥିବା ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ସମାଜବାଦୀ ପାର୍ଟିର ପାରମ୍ପାରିକ ଗଡ ତଥା ବାପା ମୁଲାୟମ ସିଂ ଯାଦବଙ୍କ ସୁରକ୍ଷିତ ଆସନ କୁହାଯାଉଥିବା କରହଲରୁ ପ୍ରାର୍ଥୀ ହୋଇଛନ୍ତି ଅଖିଳେଶ ।