ଓଡିଶା

odisha

ETV Bharat / bharat

Kulgam encounter: ଦୁଇ ଆତଙ୍କୀ ସଫା, ଏବେ ବି ଗୁଳି ବିନିମୟ ଜାରି

କୁଲଗାମ ଏନକାଉଣ୍ଟରରେ ସେନାକୁ ବଡ ସଫଳତା । ଟଳିଲେ ଦୁଇ ଆତଙ୍କୀ, ଏବେ ବି ଜାରି ରହିଛି ଏନକାଉଣ୍ଟର । ଅଧିକ ପଢନ୍ତୁ

Kulgam encounter: ଦୁଇ ଆତଙ୍କୀ ସଫା, ଗୁଳି ବିନିମୟ ଜାରି
Kulgam encounter: ଦୁଇ ଆତଙ୍କୀ ସଫା, ଗୁଳି ବିନିମୟ ଜାରି

By

Published : May 8, 2022, 4:06 PM IST

ଶ୍ରୀନଗର:ଦକ୍ଷିଣ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିୟମରେ ସୁରକ୍ଷା ବଳକୁ ସଫଳତା ମିଳିଛି । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ । ଦୁଇ ଆତଙ୍କୀ ଆତଙ୍କବାଦୀ ସଂଗଠନ L-eT ର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଏବେ ମଧ୍ୟ ଘଟଣାସ୍ଥଳକୁ କର୍ଡନ କରି ଅପରେସନକୁ ଜୋରଦାର କରାଯାଉଛି ।

ଆଜିର ଅପରେସନ ସମ୍ପର୍କରେ ସୂଚନା ଦେଇ କାଶ୍ମୀର ଜୋନ ପୋଲିସ କହିଛି, ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଇପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ଆଜି (ରବିବାର) ସକାଳେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀମାନେ ଗୁଳି ଚଳାଇବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ବର୍ତ୍ତମାନ ସୁଦ୍ଧା 2 ଆତଙ୍କୀ ନିପାତ ହୋଇସାରି ଥିବାବେଳେ ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details