ଓଡିଶା

odisha

ମୋବାଇଲରେ ଅଧିକ ସମୟ ଦେଉଥିଲେ Tiktok ଷ୍ଟାର, ଆତ୍ମହତ୍ୟା କଲେ ସ୍ବାମୀ

By

Published : Jul 11, 2021, 7:47 PM IST

ଟିକଟକରେ ଅଧିକ ସମୟ ବିତାଇବା ପଡିଲା ମହଙ୍ଗା । ଏହି ଘଟଣାକୁ କେନ୍ଦ୍ର କରି ସ୍ବାମୀସ୍ତ୍ରୀଙ୍କ ଝଗଡା ପରେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ । ଏଭଳି ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମୋବାଇଲରେ ଅଧିକ ସମୟ ଦେଉଥିଲେ Tiktok ଷ୍ଟାର, ଆତ୍ମହତ୍ୟା କଲେ ସ୍ବାମୀ
ମୋବାଇଲରେ ଅଧିକ ସମୟ ଦେଉଥିଲେ Tiktok ଷ୍ଟାର, ଆତ୍ମହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ:ତେଲେଙ୍ଗାନା ସନାଥ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଟିକଟକ ଷ୍ଟାର ପ୍ରିୟଙ୍କା ନିମକାରଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି । ପ୍ରିୟଙ୍କାଙ୍କ ଅଧିକ ସମୟ ମୋବାଇଲରେ ସମୟ ବିତାଉଥିବା ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ମୋବାଇଲରେ ଅଧିକ ସମୟ ଦେଉଥିଲେ Tiktok ଷ୍ଟାର, ଆତ୍ମହତ୍ୟା କଲେ ସ୍ବାମୀ

ପ୍ରିୟଙ୍କାଙ୍କ ସ୍ବାମୀ ପୱନ ନିମକାର ECILରେ ଚାକିରୀ କରିଥିବାବେଳେ ଫଥେନଗର ଶିବଶଙ୍କର ନଗର ଅଞ୍ଚଳରେ ରହିଥାନ୍ତି । ପୱନ ପ୍ରିୟଙ୍କାକୁ 7 ବର୍ଷ ପୂର୍ବରୁ ବିବାହ କରିଥିଲେ । ପ୍ରିୟଙ୍କା ଜଣେ ଟିକଟକ ଷ୍ଟାର ହୋଇଥିବାବେଳେ ସେ ଅଧିକ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ପରିବାର ଅପେକ୍ଷା ମୋବାଇଲ ସହିତ ଅଧିକ ସମୟ ବିତାଉଛନ୍ତି ବୋଲି ସ୍ବାମୀ ପୱନ ଅଧିକାଂଶ ସମୟରେ ଅଭିଯୋଗ କରିଆସୁଥିଲେ ।

ମୋବାଇଲରେ ଅଧିକ ସମୟ ଦେଉଥିଲେ Tiktok ଷ୍ଟାର, ଆତ୍ମହତ୍ୟା କଲେ ସ୍ବାମୀ

ସ୍ବାମୀ ପୱନ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଭାବିଥିଲେ ପ୍ରିୟଙ୍କା । ଏହାପରେ ପ୍ରିୟଙ୍କା ପୱନଙ୍କୁ ହଇରାଣ କରିବାକୁ ଲାଗିଲେ । ପାଞ୍ଚ ଦିନ ଧରି ଏହି ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଉଭୟ ସ୍ଥାନୀୟ ପୋଲିସ ଷ୍ଟେସନରେ ପରସ୍ପର ବିରୋଧରେ ଅଭିଯୋଗ ମଧ୍ୟ କରିଥିବା ସୂଚନା ମିଳିଛି । ତେବେ ପତ୍ନୀଙ୍କ ଦ୍ବାରା ଅବହେଳିତ ଓ ନିର୍ଯାତିତ ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୱନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାସହିତ ପୱନଙ୍କ ପରିବାର ପ୍ରିୟଙ୍କାଙ୍କ ବିରୋଧରେ ବାଲାନଗର ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିବା ପରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ପୱନ ଏହି ଝଗଡା ପାଇଁ ଆତ୍ମହତ୍ୟା କରିଛନ୍ତି କି ଏହା ପଛରେ ଆଉ କିଛି କାରଣ ରହିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details