ଓଡିଶା

odisha

ହିନ୍ଦୁ ରୀତିନୀତିରେ ବିବାହ କଲେ ଋଷୀୟ ଦମ୍ପତି; ଦେବଭୂମିରେ ପଡିଲା ହାତଗଣ୍ଠି

By ETV Bharat Odisha Team

Published : Oct 5, 2023, 11:22 AM IST

Updated : Oct 5, 2023, 2:09 PM IST

ଉତ୍ତରାଖଣ୍ଡର ଏକ ଆଶ୍ରମରେ ୩ ଜଣ ଋଷୀୟ ନାଗରିକ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଅଧିକ ପଢନ୍ତୁ

ହିନ୍ଦୁ ରୀତିନୀତିରେ ବିବାହ କଲେ ଋଷୀୟ ଦମ୍ପତି
ହିନ୍ଦୁ ରୀତିନୀତିରେ ବିବାହ କଲେ ଋଷୀୟ ଦମ୍ପତି

ହିନ୍ଦୁ ରୀତିନୀତିରେ ବିବାହ କଲେ ଋଷୀୟ ଦମ୍ପତି

ଡେରାଡୁନ: ଜପ ତପ, ଆସ୍ଥାର ଭୂମି ଭାରତ । ଭାରତୀୟ ସଂସ୍କୃତି ଓ ସଭ୍ୟତାର ଆକର୍ଷଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ । ସେଥିପାଇଁ ତ ସୁଦୂର ଋଷିଆର ୩ ଜଣ ନାଗରିକ ଧର୍ମନଗରୀ ଉତ୍ତରାଖଣ୍ଡ ଆସି ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଦେବଭୂମି ସ୍ଥିତ ଅଖଣ୍ଡ ପରମଧାମ ଆଶ୍ରମରେ ସେମାନଙ୍କର ବିବାହ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିବାହ ଉତ୍ସବରେ ନବଦମ୍ପତିଙ୍କ ଋଷୀୟ ବନ୍ଧୁମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଢୋଲ ବାଜାର ତାଳେ ତାଳେ ଖୁବ୍ ଡ୍ୟାନ୍ସ କରିଥିଲେ ।

ଭାରତୀୟ ରୀତିନୀତିରେ ହେଲା ସାତଫେରା:୫୦ ଜଣିଆ ଋଷିଆ ନାଗରିକଙ୍କ ଏକ ଦଳ ହରିଦ୍ବାରା ଯାତ୍ରା କରିଥିଲେ । ଭାରତୀୟ ସଂସ୍କୃତି ସେମାନଙ୍କୁ ଏତେମାତ୍ରାରେ ଆକର୍ଷିତ କରିଥିଲା ଯେ, ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରେମୀ ଯୁଗଳ ଏହିଠାରେ ହିଁ ଭାରତୀୟ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ମନସ୍ଥ କରିଥିଲେ । ଏହାପରେ ପରମଧାମ ଆଶ୍ରମରେ ବିବାହର ଆୟୋଜନ ହୋଇଥିଲା । ରୀତିନୀତି ଅନୁଯାୟୀ, ୩ ଜଣ ଋଷୀୟ ଯୁବକ ବରବେଶରେ ବରଯାତ୍ରୀ ନେଇ ପହଞ୍ଚିଥିଲେ । ଆଶ୍ରମରେ ଥିବା ଶିବ ମନ୍ଦିରରେ ନିଜ ନିଜ ଭାବିପତ୍ନୀଙ୍କ ସହ ମହାଦେବଙ୍କ ଆର୍ଶୀବାଦ ନେଇଥିଲେ । ଏହାପରେ ପରମଧାମର ଅଧ୍ୟକ୍ଷ ସ୍ବାମୀ ପରମାନନ୍ଦ ଗିରି ମହାରାଜଙ୍କ ଆର୍ଶୀବାଦ ନେଇ ପରସ୍ପରକୁ ବରଣମାଳା ପିନ୍ଧାଇ ଥିଲେ । ପରେ ବ୍ରାହ୍ମଣଙ୍କ ମନ୍ତ୍ରୋପଚାରଣ ସହିତ ପଡିଥିଲା ହାତଗଣ୍ଠି ।

ଏହାମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ଭାଇଚାରାର ନିଆରା ଦୃଶ୍ୟ, ମୁସଲମାନଙ୍କ ବିବାହ କାର୍ଡରେ ହିନ୍ଦୁଦେବତା

ବିବାହରେ ଧୁମ୍ ନାଚିଲେ ଋଷୀୟ ନାଗରିକ:ସ୍ବାମୀ ପରମାନନ୍ଦ ଗିରି କହିଛନ୍ତି ଯେ, ଋଷୀୟ ନାଗରିକମାନେ ପାଶ୍ଚାତ୍ୟ ସଂସ୍କୃତିକୁ ଏଡ଼ାଇ ଭାରତୀୟ ସଂସ୍କୃତିରେ ବିବାହ କରିଛନ୍ତି । ସାତଫେରା ନେଇ ସାତଜନ୍ମର ସାଥୀ ହେବାକୁ ପରସ୍ପରକୁ ବଚନ ଦେଇଛନ୍ତି । ନବଦମ୍ପତିଙ୍କ ସହିତ ଆସିଥିବା ଅନ୍ୟ ଋଷୀୟ ନାଗରିକମାନେ ବିବାହରେ ଧୁମ୍ ନାଚିଥିଲେ । ପରମ୍ପରା ଅନୁସାରେ ବର ଭାରତୀୟ ଶେରୱାନୀ ପରିଧାନ କରିଥିବା ବେଳେ କନ୍ୟା ଲେହେଙ୍ଗା ପିନ୍ଧିଥିଲେ । ଜଣେ ଋଷୀୟ ନାଗରିକ କହିଛନ୍ତି, ଅନେକ ବର୍ଷ ତଳେ କିଛି ଋଷୀୟ ନାଗରିକ ଭାରତୀୟ ପରମ୍ପରା ଅନୁସାରେ ବିବାହ କରିଥିଲେ । ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେମାନେ ଏକାଠି ହସଖୁସିରେ ଜୀବନ ଅତିବାହିତ କରିଥିଲେ ।

ବିବାହରେ ଉଡିଲା ନୋଟ:ଉତ୍ତରାଖଣ୍ଡ ଆଶ୍ରମରେ ବିବାହ କରୁଥିବା ସେହି ୩ ଯୁବକ ମୁସଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ହେଲେ ଭାରତୀୟ ସଂସ୍କୃତିରେ ଗଭୀର ଭାବେ ପ୍ରଭାବିତ ହୋଇ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଏନେଇ ସେମାନେ ଖୁବ୍ ଖୁସି ଥିବା ଦେଖାଯାଇଛି । ଯେତେବେଳେ ବର କନ୍ୟାକୁ ନେବାକୁ ଆସିଲା, ସେତେବେଳେ ତାଙ୍କର ବନ୍ଧୁମାନେ ବର ଉପରେ ନୋଟ ଉଡାଇଥିଲେ ଏବଂ ହିନ୍ଦୀ ଗୀତରେ ଠୁମକା ମଧ୍ୟ ଲଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2023, 2:09 PM IST

ABOUT THE AUTHOR

...view details