ଓଡିଶା

odisha

ETV Bharat / bharat

ମୁମ୍ବାଇ ଫେରିଲା ଋଷିଆରେ ଫସିଥିବା ଏୟାର ଇଣ୍ଡିଆ ବିମାନ - ଏୟାର ଇଣ୍ଡିଆ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ଠାରୁ ଋଷିଆରେ ଫସି ରହିଥିବା ଏୟାର ଇଣ୍ଡିଆ ବିମାନ ଭାରତ ଫେରିଲା । ଅଧିକ ପଢନ୍ତୁ

ମୁମ୍ବାଇ ଫେରିଲା ଋଷିଆରେ ଫସିଥିବା ଏୟାର ଇଣ୍ଡିଆ ବିମାନ
ମୁମ୍ବାଇ ଫେରିଲା ଋଷିଆରେ ଫସିଥିବା ଏୟାର ଇଣ୍ଡିଆ ବିମାନ

By

Published : Jun 11, 2023, 9:20 AM IST

ନୂଆଦିଲ୍ଲୀ:ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଦିନ ଧରି ଋଷିଆରେ ଫସିଥିବା ଏୟାର ଇଣ୍ଡିଆ ବିମାନ ଭାରତ ଫେରିଛି । ଗତକାଲି (ଶନିବାର) ସନ୍ଧ୍ୟାରେ ବିମାନଟି ଋଷିଆର ମାଗାଡାନରୁ ଆସି ମୁମ୍ବାଇରେ ଅବତରଣ କରିଛି । ଏନେଇ ସମ୍ପୃକ୍ତ ଏୟାରଲାଇନ୍ସ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ବେଳେ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଏହାର ଗତିପଥ ପରିବର୍ତ୍ତନ କରାଯାଇ ମାଗାଡାନ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।

ଏୟାରଲାଇନ୍ସର ସୂଚନା ଅନୁସାରେ, ଏୟାର ଇଣ୍ଡିଆ ବିମାନର ଗୋଟିଏ ଇଞ୍ଜିନର ଅଏଲ ସିଷ୍ଟମରେ ତ୍ରୁଟି ଦେଖାଯାଇଥିଲା । ଏହାର ଯାନ୍ତ୍ରିକ ତ୍ରୁଟି ମରାମତି ପରେ ଶନିବାର ସକାଳେ ବିମାନ ମାଗାଡନରୁ ମୁମ୍ବାଇକୁ ଉଡାଣ ଭରିଥିଲା । ଟେକ୍ ଅଫ୍ ପୂର୍ବରୁ ବିମାନର ସମସ୍ତ ସୁରକ୍ଷା ପାରାମିଟର ଯାଞ୍ଚ କରାଯାଇଥିଲା । ଶନିବାର ସନ୍ଧ୍ୟାରେ ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଛି ।

ପ୍ରକାଶଥାଉ କି, ଗତ ମଙ୍ଗଳବାର ଦିନ ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସ୍କୋକୁ ଏୟାର ଇଣ୍ଡିଆ ବିମାନ AI 173 ଯାତ୍ରା କରୁଥିଲା । ଏଥିରେ ୨୧୬ ଯାତ୍ରୀଙ୍କ ସମେତ ୧୬ ଜଣ କ୍ରୁ ମେମ୍ବର ଥିଲେ । ବାଟରେ ବିମାନ ଇଞ୍ଜିନରେ ବୈଷୟିକ ସମସ୍ୟା ଦେଖାଦେବାରୁ ପାଇଲଟ ଏହାକୁ ଋଷିଆ ଆଡକୁ ଡାଇଭର୍ଟ କରି ମାଗାଡାନ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ । ଯାତ୍ରୀମାନଙ୍କୁ ସହରର ବିଭିନ୍ନ ହୋଟେଲରେ ରଖାଯାଇଥିଲା । ଏହାର ଦିନକ ପରେ ଆଉ ଏକ ବିମାନ ଯୋଗେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ପୂର୍ବ ବିମାନଟି ମଙ୍ଗଳବାର ଠାରୁ ମାଗାଡାନରେ ଫସି ରହିଥିଲା ।

ଏହାମଧ୍ୟ ପଢନ୍ତୁ : ଋଷରୁ ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଲା ଏୟାର ଇଣ୍ଡିଆ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆକାଶରେ ବିମାନ ଉଡୁଥିବା ବେଳେ ଯଦି ପକ୍ଷୀ ମାଡ ହୁଏ ଅବା ଖରାପ ପାଗ କି ଯାନ୍ତ୍ରିକ ତ୍ରୁଟି ଦେଖାଦିଏ ତେବେ ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଜରୁରୀ ଅବତରଣ କରେ । କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନକୁ ଅନ୍ୟ ଏକ ସ୍ଥାନକୁ ଡାଇଭର୍ଟ କରାଯାଏ । ଅନେକ ସମୟରେ ବିମାନ ଡାଇଭର୍ଟ ହେଉଥିବାର ଦେଖାଯାଏ ।

ଏହାମଧ୍ୟ ପଢନ୍ତୁ : Kolkata Airport : କତାର ଏୟାରଓ୍ବେଜ ବିମାନରେ ବୋମା ଆତଙ୍କ ! ଜାଣନ୍ତୁ ପୁରା ଘଟଣା

ABOUT THE AUTHOR

...view details