ଓଡିଶା

odisha

India's Tiniest Baby: ୬ମାସରେ ୪୦୦ ଗ୍ରାମ ବିଶିଷ୍ଟ ଜନ୍ମ ନେଲା ଶିଶୁ, ଏମିତି ରହିଛି ସ୍ବାସ୍ଥ୍ୟବସ୍ଥା

By

Published : Jan 9, 2023, 5:27 PM IST

ଭାରତର ସବୁଠାରୁ ଛୋଟ ଶିଶୁ ହେଉଛି ଶିବନୟା । ଯିଏକି ୬ ମାସରେ ଜନ୍ମ ହୋଇଥିବା ବେଳେ ୪୦୦ ଗ୍ରାମ ଓଜର ହୋଇଥିଲା । ତେବେ ଜାଣନ୍ତୁ କିଏ ଏହି ଶିବନୟା ଏବଂ କିଭଳି ରହିଛି ସ୍ବାସ୍ଥ୍ୟବସ୍ଥା

India's Tiniest Baby
India's Tiniest Baby

ମୁମ୍ବାଇ: ସାଧାରଣତଃ ଗର୍ଭଧାରଣ ହେବାର ୩୭ରୁ ୪୦ ସପ୍ତାହ ମଧ୍ୟରେ ଶିଶୁଟି ଜନ୍ମ ହୋଇଥାଏ । କିନ୍ତୁ ୨୪ ସପ୍ତାହରେ ଶିଶୁ ଜନ୍ମ ହେବା କେବେ ଶୁଣିଛନ୍ତି କି? କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ରର ପୁଣେରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର ସାମ୍ନାକୁ । ୬ମାସରେ ଶିଶୁଟି ଜନ୍ମ ହୋଇଥିବା ବେଳେ ୪୦୦ ଗ୍ରାମ ଓଜନ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ, ଶିବନୟା ସମ୍ପୁର୍ଣ୍ଣ ସୁସ୍ଥ ରହିଛି ।

ସୂଚନାଅନୁସାରେ, ଶିଶୁଟି ସୂର୍ଯ୍ୟ ମଦର ଆଣ୍ଡ ଚାଇଲ୍ଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛି । ବର୍ତ୍ତମାନ ଶିଶୁଟିର ଅବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଏନେଇ ଡାକ୍ତର ସଚିନ ଶାହ କହିଛନ୍ତି, "ଶିଶୁଟି ୨୦୨୨ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମ ହୋଇଥିଲା । ପୁଣେର ଓ୍ବାକାଦମର ବାସିନ୍ଦା ଉଜ୍ବଳା ପାଓ୍ବାର ୬ ମାସରେ ନରମାସ ଡେଲିଭେରିରେ ଶିଶୁକୁ ଜନ୍ମ ଦେଇଥିଲେ । ଏହି ସମୟରେ ଶିଶୁଟିର କୌଣସି ମଧ୍ୟ ଅଙ୍ଗ ବିକାଶ ହୋଇନଥିଲା । ତେଣୁ ଶିଶୁଟିକୁ ନିଓନେଟାଲ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ୯୩ ଦିନ ହସ୍ପିଟାଲରେ ରଖାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯାଉଥିଲା । ସ୍ବାସ୍ଥ୍ୟରେ ଟିକିଏ ଉନ୍ନତି ଆସିବା ପରେ ଅଗଷ୍ଟ ୨୩ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଜନ୍ମ ହେବା ବେଳେ ଶିଶୁର ଓଜନ ୪୦୦ ଗ୍ରାମ ରହିଥିବା ବେଳେ ଡିସଚାର୍ଜ ସମୟରେ ୨୧୩୦ ଗ୍ରାମ ରହିଥିଲା । ୨୪ ସପ୍ତାହ ବେଳକୁ ଶିଶୁ ଶରୀରର ମାତ୍ର ୦.୫ ପ୍ରତିଶତ ଅଂଶ ବିକଶିତ ହୋଇଥାଏ । ୫ ମାସର ଚିକିତ୍ସା ପରେ ଏବେ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି ।"

ଏହା ମଧ୍ୟ ପଢନ୍ତୁ: ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ଶିବନୟା ଜନ୍ମ ସମୟରେ ବହୁତ ଛୋଟ ରହିଥିବାରୁ ତାକୁ ବଞ୍ଚାଇବା ଆମପାଇଁ କଠିନ ଥିଲା । ତେଣୁ ଶିଶୁଙ୍କୁ ବହୁତ ଯତ୍ନରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଜନ୍ମର କିଛି ସପ୍ତାହ ତାଙ୍କୁ ଭେଣ୍ଟିଲେଟରରେ ଅକ୍ସିଜେନ ଦେଇ ରଖାଯାଇଥିଲା । ଦୁଇମାସ ପରେ ଭେଣ୍ଟିଲେଟରରୁ କଢା ଯାଇଥିଲା । ଏହାପରେ ଆସ୍ତେଆସ୍ତେ ତାଙ୍କୁ ପାନୀୟ ଜାତୀୟ ଖାଦ୍ୟ ଦିଆଯାଇଥିଲା । ବର୍ତ୍ତମାନ ଶିଶୁଟି ସମ୍ପୁର୍ଣ୍ଣ ସୁସ୍ଥ ରହିଛି ।"

ଶିବନୟାଙ୍କ ପରିବାର ଲୋକେ କହିଛନ୍ତି, "ଆମ ଝିଅ ଜଣେ ଯୋଦ୍ଧା । ୨୪ ସପ୍ତାହରେ ଜନ୍ମ ହୋଇ ବହୁତ ସଂଗ୍ରାମ କରିଛି । କିନ୍ତୁ ଶେଷରେ ବିଜୟୀ ହୋଇଛି । ଇଣ୍ଡିଆର ସବୁଠାରୁ ଛୋଟ ଶିଶୁ ହେଉଛି ଆମ ଶିବନୟା । ବର୍ତ୍ତମାନ ତାର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଥିବା ବେଳେ ଆମେ ବହୁତ ଖୁସି ଅଛୁ ।"

ପ୍ରକାଶ ଥାଉ କି, ଗୋଟିଏ ସୁସ୍ଥ ଶିଶୁ ୩୭ରୁ ୪୦ ମାସରେ ଜନ୍ମ ହୋଇଥାଏ । ଏହାସହ ଓଜନ ୨କେଜି ୫୦୦ ଗ୍ରାମ ରହିଥିଲେ ସୁସ୍ଥ ଶିଶୁ ଭାବେ ଗଣନା କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details