ଓଡିଶା

odisha

ଆଉ ନାହାନ୍ତି ବାବା ସାହେବ ପୁରନ୍ଦରେ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

By

Published : Nov 15, 2021, 10:20 AM IST

୯୯ ବର୍ଷ ବୟସରେ ପ୍ରାଣ ହରାଇଲେ ବିଶିଷ୍ଠ ଐତିହାସକାର ଶିବଶାହୀର ବାବା ସାହେବ ପୁରନ୍ଦରେ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବିଶିଷ୍ଠ ଐତିହାସିକ  ବାବାସାହେବ ପୁରନ୍ଦରଙ୍କ ଦେହାନ୍ତ,ଶୋକ ପ୍ରକାଶ କଲେ ମୋଦି
ବିଶିଷ୍ଠ ଐତିହାସିକ ବାବାସାହେବ ପୁରନ୍ଦରଙ୍କ ଦେହାନ୍ତ,ଶୋକ ପ୍ରକାଶ କଲେ ମୋଦି

ମୁମ୍ବାଇ:ବିଶିଷ୍ଠ ଐତିହାସକାର ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ । ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ପୁଣେର ଦିନାଥ ମଙ୍ଗେଶକର ଡାକ୍ତରଖାନାରେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ ଘରେ ଥିବା ସମୟରେ ସିଡିରେ ପାଦ ଖସିଯିବାରୁ ଆହତ ହୋଇଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାବାସାହେବ ପୁରନ୍ଦର ମହାରାଷ୍ଟ୍ରର ଜଣେ ଐତିହାସିକ ଓ ଲେଖକ ଭାବେ ବେଶ ପରିଚିତ ଥିଲେ ।

ତାଙ୍କର ଏହି ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଦେହାନ୍ତ ଦେଶର ଇତିହାସ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି । ତାଙ୍କ ପାଇଁ ଆଗାମୀ ପିଢି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ଜାଣିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବାବା ସାହେବ ପୁରନ୍ଦରେଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ବିଷୟରେ ଅବଗତ ହୋଇପାରିଛନ୍ତି । ଯାହା ଆଗାମୀ ପିଢି ପାଇଁ ଏକ ପ୍ରେରଣା ହୋଇରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details