ଓଡିଶା

odisha

ବସ୍‌କୁ ପିଟିଲା ବସ୍‌; ୭ ମୃତ ଅନେକ ଆହତ

By

Published : Jul 19, 2021, 10:05 AM IST

ଆଗ୍ରା-ମରୋଦାବାଦ ଜାତୀୟ ରାଜପଥ ଚଣ୍ଡାଉସିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବସକୁ ପିଟିଲା ବସ
ବସକୁ ପିଟିଲା ବସ

ଲକ୍ଷ୍ନୌ: ଦୁଇ ବସ ମୁହାଁମୁହିଁ ଧକ୍କା । ଆଖୁ ପିଛୁଳାକେ ଚାଲିଗଲା 7 ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ। ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8 ଜଣ ଆହତ ହୋଇଛନ୍ତି ।

ଆଜି(ସୋମବାର) ସକାଳୁ ଦୁର୍ଘଟଣାଟି ଆଗ୍ରା-ମରୋଦାବାଦ ଜାତୀୟ ରାଜପଥ ଚଣ୍ଡାଉସିରେ ହୋଇଛି । ପୋଲିସର ସୂଚନାଅନୁସାରେ ପୀଡିତ ସମସ୍ତ ଏକ ବିବାହରେ ଯୋଗ ଦେଇ ଫେରୁଥିଲେ । ହଠାତ ଡ୍ରାଇଭର ଜଣକ ବ୍ରେକ ମାରିଥିଲେ । ବସ ଚକା ପମ୍ପଚର ହୋଇଯାଇଥିଲା । ଏହି ସମୟରେ ପଛପଟୁ ଆସୁଥିବା ଆଉ ଏକ ବସ ଉକ୍ତ ବସକୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ 7 ଜଣ ଆଖି ବୁଜିଥିଲେ । ଦୁର୍ଘଟଣାର ଖବର ପାଇଁ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ସମସ୍ତ ଆହତଙ୍କୁ ସମ୍ଭଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ସମ୍ଭଳର ଚାପ୍ରାନିବାସୀ ଅଟନ୍ତି । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ସମ୍ଭାଳ ପୋଲିସ ସୁପରିଣ୍ଟେଡଣ୍ଟ ଚକ୍ରରେଶ ମିଶ୍ର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details