ଓଡିଶା

odisha

ସଲମାନ ଖୁର୍ସିଦ୍ଦଙ୍କ ଘରକୁ ଆକ୍ରମଣ, ହିନ୍ଦୁ ବିରୋଧୀ ଲେଖା ପାଇଁ ତେଜୁଛି ବିବାଦ

By

Published : Nov 15, 2021, 7:41 PM IST

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ୍ଦଙ୍କ ଘରକୁ ଆକ୍ରମଣ । ନୈନିତାଲସ୍ଥିତ ବାସଭବନରେ ପଥର ଫିଙ୍ଗିବା ସହ ନିଆଁ ଲଗାଯାଇଥିବା ଅଭିଯୋଗ । ନିଜ ଲିଖିତ ପୁସ୍ତକରେ ହିନ୍ଦୁତ୍ବ ବିରୋଧୀ ମନ୍ତବ୍ୟ ପାଇଁ ବିବାଦରେ ସଲମାନ । ଅଧିକ ପଢନ୍ତୁ

ସଲମାନ ଖୁର୍ସିଦ୍ଦଙ୍କ ଘରକୁ ଆକ୍ରମଣ, ହିନ୍ଦୁ ବିରୋଧୀ ଲେଖା ପାଇଁ ତେଜୁଛି ବିବାଦ
ସଲମାନ ଖୁର୍ସିଦ୍ଦଙ୍କ ଘରକୁ ଆକ୍ରମଣ, ହିନ୍ଦୁ ବିରୋଧୀ ଲେଖା ପାଇଁ ତେଜୁଛି ବିବାଦ

ଡେରାଡୁନ:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ୍ଦଙ୍କ ପୁସ୍ତକ 'ସନରାଇଜ ଓଭର ଅଯୋଧ୍ୟା'କୁ ନେଇ ବିବାଦ ତେଜିବାରେ ଲାଗିଛି । ଆଜି (ସୋମବାର) ଅପରାହ୍ନରେ ତାଙ୍କ ନୈନିତାଲସ୍ଥିତ ଘର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତାଙ୍କ ବାସଭବନକୁ ପଥର ମାଡ କରାଯିବା ଘର ହତା ଭିତରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସଲମାନ ଖୁରସିଦ୍ ନିଜେ ସୋସିଆଲ ମିଡିଆରେ ଏହି ଆକ୍ରମଣର ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛନ୍ତି ।

ସଲମାନ ଖୁରସିଦଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ଏହି ଆକ୍ରମଣ କରିଛନ୍ତି । ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କ ହାତରେ ବିଜେପି ପତାକା ଥିବା ସହ ସେମାନେ ସାମ୍ପ୍ରଦାୟିକ ନାରା ମଧ୍ୟ ଦେଉଥିବା ସଲମାନଙ୍କ ସହଯୋଗୀ ଅଭିଯୋଗ କରିଛନ୍ତି ।

ଖୁର୍ସିଦ୍ଦଙ୍କ ଘରେ ଆକ୍ରମଣ ହେବା ସମୟରେ ଘରେ କେହି ପରିବାର ସଦସ୍ୟ ଉପସ୍ଥିତି ନଥିଲେ । ତେଣୁ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଆହତ ହୋଇ ନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ନିୟନ୍ତ୍ରଣ କରିଛି । ଘର ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବାବେଳେ ଏତଲା ଦାୟର କରାଯାଇ ତଦନ୍ତ ଆରମ୍ଭ କରିିଛି ପୋଲିସ ।

ନିକଟ ଅତୀତରେ ସଲମାନ ଲେଖିଥିବା ପୁସ୍ତକରେ ହିନ୍ଦୁତ୍ବ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ହିନ୍ଦୁତ୍ବକୁ ଆତଙ୍କୀ ସଂଗଠନ ISIS ଓ ବୋକ ହାରମ ସହ ତୁଳନା କରିଥିଲେ ଖୁର୍ସିଦ୍ଦ । ତେବେ ଏହି ଆଲେଖ୍ୟ ସାମ୍ନାକୁ ଆସିବା ପରେ ଅସନ୍ତୋଷ ତେଜିବା ସହ ବିଜେପି ସମେତ ବିଭିନ୍ନ ହିନ୍ଦୁବାଦୀ ସଂଗଠନ ଦୃଢ ବିରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details