ଓଡିଶା

odisha

ବିହାର ବିଧାୟକଙ୍କ ବିବାଦୀୟ ବୟାନ: ମସଜିଦ ଭିତରେ ଲେଖା ହୋଇଛି ରାମଚରିତମାନସ

By

Published : Jun 17, 2023, 9:06 AM IST

Updated : Jun 17, 2023, 9:30 AM IST

ରାମଚରିତମାନସକୁ ନେଇ ଆରଜେଡି ବିଧାୟକଙ୍କ ବିବାଦୀୟ ବୟାନ । ତୁଳସୀ ଦାସ ମସଜିଦ ଭିତରେ ବସି ଏହାକୁ ଲେଖିଛନ୍ତି କହିଲେ ବିଧାୟକ । ଅଧିକ ପଢନ୍ତୁ

ମସଜିଦ ଭିତରେ ଲେଖାହୋଇଛି ରାମଚରିତମାନସ
ମସଜିଦ ଭିତରେ ଲେଖାହୋଇଛି ରାମଚରିତମାନସ

ପାଟନା: ହିନ୍ଦୁ ଧାର୍ମିକ ପୁସ୍ତକ ରାମଚରିତମାନସକୁ ନେଇ ପୁଣିଥରେ ବିବାଦୀୟ ବୟାନ । ବିହାର ଶିକ୍ଷାମନ୍ତ୍ରୀଙ୍କ ପରେ ବିବାଦୀୟ ମନ୍ତବ୍ୟ ଦେଲେ ଆରଜେଡି ବିଧାୟକ । ରାମଚରିତ ମାନସ ମସଜିଦ ଭିତରେ ଲେଖାଯାଇଛି । ତୁଳସୀ ଦାସ ମସଜିଦ ଭିତରେ ବସି ଏହାର ରଚନା କରିଛନ୍ତି । ପାଟନା ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ଆରଜେଡିର ଦାନପୁର ବିଧାୟକ ରିତଲାଲ ଯାଦବ । ଯାହାକୁ ନେଇ ପୁଣିଥରେ ବିବାଦର ସୂତ୍ରପାତ ହୋଇଛି ।

ଭାରତୀୟ ଜନତା ପାର୍ଟି ଓ ହିନ୍ଦୁତ୍ବ ଉପରେ ଏକ ଆଲୋଚନାରେ ବିଧାୟକ କହିଛନ୍ତି ଯେ, ସେତେବେଳେ କ'ଣ ହିନ୍ଦୁତ୍ବ ବିପଦରେ ନଥିଲା, ଯେତେବେଳେ ମସଜିଦ ଭିତରେ ରାମଚରିତ ମାନସ ଲେଖା ଯାଇଥିଲା ? ମୋଗଲ ଶାସନ ସମୟରେ କ'ଣ ଆମ ହିନ୍ଦୁମାନେ ବିପଦରେ ନଥିଲେ ? ହିନ୍ଦୁତ୍ବ ରାଜ ପରସ୍ପର ସହ ଲଢେଇ କରାଇବାରେ ବ୍ୟସ୍ତ ଅଛନ୍ତି । ଏହା କେତେ ଦିନ ଚାଲିବ ? ଜଣେ ମୁସଲିମ ଝିଅ ଭଗବତ ଗୀତା ପାଇଁ ପୁରସ୍କାର ଜିତିଲେ ଲୋକେ କିଛି କୁହନ୍ତି ନାହିଁ । ଯେତେବେଳେ ଆମେ ଦେଶ ଗୋଲାମ ଥିଲା ସେ ସମୟରେ ମୁସଲମାନଙ୍କୁ ଦେଶରୁ ବାହାର କରିଦେବାର ଥିଲା । ବିଜେପିକୁ ନିଜ ଦଳରୁ ମୁସଲିମ ବ୍ୟକ୍ତିଙ୍କୁ ବାହାର କରିଦେବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: Religion Conversion for Marriage: ବାପା ହୋଇଥିଲା ହିନ୍ଦୁରୁ ମୁସଲିମ, ପୁଅ ହେଲା ହିନ୍ଦୁ

ଅନ୍ୟପଟେ ବିହାରରେ ଆରଜେଡିର ସହଯୋଗୀ ଦଳ ଜେଡିୟୁ ଏହି ବିବାଦରୁ ନିଜକୁ ଦୂରେଇ ରଖିଛି । ଜେଡିୟୁ ମୁଖପାତ୍ର ଅଭିଷେକ ଝା କହିଛନ୍ତି, ଧର୍ମକୁ ନେଇ ଏଭଳି କହିବା ଠିକ୍ ନୁହେଁ । ପ୍ରତ୍ୟେକ ଲୋକଙ୍କ ନିଜ ଧର୍ମ ଉପରେ ଆସ୍ଥା ବିଶ୍ବାସ ରହିଛି । ତେଣୁ ଏପରି ବୟାନ ଅନୁଚିତ୍ । ପ୍ରକାଶଥାଉ କି, ଦାନପୁର ବିଧାୟକ ରିତଲାଲଙ୍କ ବିରୋଧରେ ଅନେକ ହତ୍ୟା ଓ ଅପହରଣ ମାମଲା ରହିଛି ।

କିଛି ଦିନ ପୂର୍ବରୁ ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ନାଳନ୍ଦା ମୁକ୍ତ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାମଚରିତ ମାନସକୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ । ସେ କହିଥିଲେ,'' ପଛୁଆ ବର୍ଗର ଲୋକ ଶିକ୍ଷିତ ହେଲେ ସମାଜ ବିଷାକ୍ତ ହୋଇଯାଏ ବୋଲି ରାମଚରିତମାନସରେ କୁହାଯାଇଛି । ତେଣୁ ଏହାକୁ ବିରୋଧ କରାଯାଉଥିଲା । ରାମଚରିତମାନ, ମନସ୍ମୃତି ଓ ଏମଏସ ଗୋଲୱାଲକରଙ୍କ ବିଚାରଧାରା ସମାଜରେ ଭେଦଭାବ ସୃଷ୍ଟି କରୁଥିଲା । ଘୃଣାର ମଞ୍ଜି ବୁଣିଥିଲା ।''

Last Updated : Jun 17, 2023, 9:30 AM IST

ABOUT THE AUTHOR

...view details