ଓଡିଶା

odisha

ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧି ଏକତା ପାଇଁ ପ୍ରୟାସ, ରାହୁଲଙ୍କୁ ଭେଟିଲେ ଶରଦ ପାୱାର

By

Published : Apr 14, 2023, 9:16 AM IST

୨୦୨୪ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଏକାଠି ହେଉଛନ୍ତି ବିରୋଧି ଦଳ । ନୀତିଶ କୁମାରଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର । ଅଧିକ ପଢନ୍ତୁ

ରାହୁଲଙ୍କୁ ଭେଟିଲେ ଶରଦ ପାୱାର
ରାହୁଲଙ୍କୁ ଭେଟିଲେ ଶରଦ ପାୱାର

ନୂଆଦିଲ୍ଲୀ:୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେଉଛନ୍ତି ବିରୋଧି ଦଳ । ବିଜେପିକୁ କେନ୍ଦ୍ରରୁ ହଟାଇବାକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିରୋଧି ମେଳି କରୁଛନ୍ତି । ବୁଧବାର ନୀତିଶ କୁମାର ଓ ତେଜସ୍ବୀ ଯାଦବ ନୂଆଦିଲ୍ଲୀ ଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିବାବେଳେ ଗତକାଲି(ଗୁରୁବାର) ଏନସିପି ମୁଖ୍ୟ ଶରଦ ପାୱର ରାହୁଲଙ୍କୁ ସାକ୍ଷାତ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପାୱାର ରାହୁଲ ଗାନ୍ଧୀ ଏବଂ ଖଡ୍‌ଗେଙ୍କୁ ଭେଟି ବିରୋଧି ଏକତା ପାଇଁ ରଣନୀତି ବାବଦରେ ଆଲୋଚନା କରିଛନ୍ତି ।

ଏହି ବୈଠକ ପରେ ରାହୁଲ କହିଛନ୍ତି, ବିରୋଧି ଏକତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିରୋଧିଙ୍କ ଏକତା ପାଇଁ ଆମେମାନେ ଏକତ୍ର ହୋଇ କାମ କରୁଛୁ । ଦେଶ ଓ ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଆମେ ଏକାଠି ହୋଇ ଲଢେଇ କରିବାକୁ ପ୍ରସ୍ତୁତ ଅଛୁ । ବାକ୍ ସ୍ବାଧୀନତା, ଯୁବବର୍ଗଙ୍କୁ ରୋଜଗାର ଦେବା, ଦେଶର ମୁଦ୍ରାସ୍ଫୀତି ସମସ୍ୟା ଏବଂ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ବିରୋଧରେ ଲଢେଇ କରିବୁ । ଏଥିପାଇଁ ଆମେ ଜଣ ଜଣ କରି ସମସ୍ତଙ୍କ ସହ ଆଲୋଚନା କରିବୁ । ଏନେଇ ଶରଦ ପାୱାର ମଧ୍ୟ ସମାନ କଥା କହିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ଜଣାଇଛନ୍ତି ।

ଖଡ୍‌ଗେ କହିଛନ୍ତି, ''ଶରଦ ପାୱାର ମୁମ୍ବାଇରୁ ସିଧାସଳଖ ଆସି ଆମ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଆମେ ସମସ୍ତେ ବହୁତ ଖୁସି । ପୂର୍ବରୁ ମୁଁ ଏବଂ ରାହୁଲ ଗାନ୍ଧୀ ବିରୋଧି ଏକତା ପାଇଁ ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କୁ ଭେଟି ଆଲୋଚନା କରିଥିଲୁ ।'' ସେହିପରି କଂଗ୍ରେସ ନେତାଙ୍କୁ ଭେଟିବା ପରେ ଏନସିପି ମୁଖ୍ୟ କହିଛନ୍ତି ଏହା ଆରମ୍ଭ ମାତ୍ର । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲଙ୍କ ଭଳି ଅନ୍ୟ ପ୍ରମୁଖ ବିରୋଧି ଦଳ ନେତାଙ୍କ ସହ କଥା ହେବୁ । ବିରୋଧି ଏକତା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରିବୁ ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୋଆ ପୋଲିସର ସମନ, 27ରେ ହାଜର ହେବାକୁ ନିର୍ଦ୍ଦେଶ

ପ୍ରକାଶଥାଉ କି, ଆଦାନୀ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ଜେପିସି ତଦନ୍ତ ଦାବିରେ ବାରମ୍ବାର କେନ୍ଦ୍ରକୁ ଟାର୍ଗେଟ କରୁଥିବାବେଳେ ନିକଟରେ ଏନସିପି ମୁଖ୍ୟ ଶରଦ ପାୱାର ଆଦାନୀଙ୍କ ସମର୍ଥନରେ ମୁହଁ ଖୋଲିଥିଲେ । ଜେପିସି ତଦନ୍ତର କିଛି ମୂଲ୍ୟ ନାହିଁ ବୋଲି ସେ କହିଥିଲେ ।

ABOUT THE AUTHOR

...view details