ଦିସପୁର:ଆସାମ ପ୍ରାଣୀଉଦ୍ୟାନ(Assam State Zoo) ସାମ୍ନାରେ ବିକ୍ଷୋଭ । ଉଦ୍ୟାନରେ ଥିବା ପଶୁ ପକ୍ଷୀମାନଙ୍କୁ ବାରମ୍ବାର ଅମ୍ବାନୀଙ୍କ ଉଦ୍ୟାନକୁ ସ୍ଥାନାନ୍ତରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ ।
ସୂଚନାଅନୁସାରେ, ଆସାମ ପ୍ରାଣୀଉଦ୍ୟାନରୁ ଗୁଜୁରାଟ ଜାମ୍ମନଗରରେ ଥିବା ଅମ୍ବାନୀଙ୍କ ପ୍ରାଣୀ ଉଦ୍ୟାନକୁ ବାରମ୍ବାର ବାଘ, ବିଭିନ୍ନ ପ୍ରଜାତିର ମାଙ୍କଡ, କଇଁଛ, ଭାଲୁ ଭଳି ଅନେକ ପଶୁଙ୍କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଏହାକୁ ବିରୋଧ କରି ଗୁରୁବାର ଦିନ ବିଭିନ୍ନ ରାଜନୈତିକ ଦଳଙ୍କ ଅନେକ କର୍ମକର୍ତ୍ତା ସଙ୍ଗଠନ ମିଶି ପ୍ରତିବାଦ କରିଛନ୍ତି ।
ଖବରଅନୁସାରେ,ବଣୁଆ ପ୍ରାଣୀକୁ ଅମ୍ବାନିଙ୍କ ପ୍ରାଣୀଉଦ୍ୟାନକୁ ସ୍ଥାନାନ୍ତର କରାଯିବାକୁ ନେଇ ଚିରାଖାନା ସୁରକ୍ଷାମଞ୍ଚ ପକ୍ଷରୁ ବିରୋଧ କରାଯାଇଥିଲା । ଆସାମ ପ୍ରାଣୀଉଦ୍ୟାନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେAPWC ସଭାପତି ମୀରା ବୋରଥାକୁର ସହ ସାଧାରଣ ଲୋକ ଯୋଗ ଦେଇଥିଲେ ।