ନୂଆଦିଲ୍ଲୀ: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବଜେଟ ପରବର୍ତ୍ତୀ ୱେବିନାର ଉଦଘାଟନ କରିବା ସହ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍, ଇ-ସଞ୍ଜୀବନୀ ଏବଂ ଟେଲିମେଣ୍ଟାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ 10:45 ରୁ 1:50 ପର୍ଯ୍ୟନ୍ତ ତିନୋଟି ଥିମେଟିକ୍ ସେସନ ଅନୁଷ୍ଠିତ ହେବ ।
ୱେବିନିନାରର ଉଦ୍ଦେଶ୍ୟ ହେଉଛି ଷ୍ଟକହୋଲଡର ମାନଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପରେ ସାମିଲ କରିବା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।