ଓଡିଶା

odisha

PM meet President: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

By

Published : Mar 11, 2023, 7:59 PM IST

ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷତକାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

PM Modi pays courtesy visit to President Murmu at Rashtrapati Bhavan
PM Modi pays courtesy visit to President Murmu at Rashtrapati Bhavan

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ଯମୂଳକ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଶନିବାର) ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଏନେଇ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଟ୍ବିଟରରେ ସୂଚନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ରାଷ୍ଟ୍ରପତି ଭବନ ଗସ୍ତ କରି ରାଷ୍ଟ୍ରପତିଙ୍କୁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରିବା ନେଇ ସାମ୍ବିଧାନିକ ପରମ୍ପରା ରହିଆସିଛି ।

ଆଜି (ସୋମବାର) ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ବିଶ୍ବକର୍ମା କୌଶଳ ସମ୍ମାନ ଉପରେ ଏକ ପୋଷ୍ଟ-ବଜେଟ ସମିନାରକୁ ସମ୍ବୋଧିତ କରିଥିଲେ । 2023 ସାଧାରଣ ବଜେଟରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦକୁ ସଠିକ ଭାବେ କାର୍ଯ୍ୟକାରୀ କରିପାରିବା ଦିଗରେ ବିଚାର ବିମର୍ଶ କରିବା ହିଁ ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ । ବଜେଟ ପରବର୍ତ୍ତୀ ସମୟରେ ଆୟୋଜିତ କରାଯାଇଥିବା 12 ଆଲୋଚନା ଚକ୍ର ମଧ୍ୟରେ ଏହା ଥିଲା ଅନ୍ତିମ ସେମିନାର । ଏଥିରେ ଷ୍ଟେକ-ହୋଲ୍ଡର୍ସମାନେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନାର ଧାରାକୁ ପ୍ରଶଂସା କରିଥିଲେ । ଗତ 3ବର୍ଷ ହେବ ଏହି ପୋଷ୍ଟ-ବଜେଟ ଆଲୋଚନା ହୋଇଆସୁଥିବା ଓ ଏହାର ଉପାଦେୟତା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହି ଆଲୋଚନାରେ ଷ୍ଟେକ ହୋଲ୍ଡର୍ସମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ବିଭିନ୍ନ ସମୟରେ ରାଷ୍ଟ୍ରପତି ଭବନ ଗସ୍ତ କରି ପ୍ରଧାନମନ୍ତ୍ରୀ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥାନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ସେହିକ୍ରମରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ନିକଟରେ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ମଧ୍ୟ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା । ଅତିଥି ପ୍ରଧାନମନ୍ତ୍ରୀ ଆନ୍ଥୋନୀ ପ୍ରଥମେ ଅହମ୍ମଦାବାଦରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବର୍ଡର-ଗାଭାସ୍କାର ଟ୍ରଫିର ଅନ୍ତିମ ମ୍ୟାଚ ଦେଖିଥିଲେ । ପରେ ସେ ମୁମ୍ବାଇ ଆସିଥିଲେ । ପଶ୍ଚିମ ନୌସେନା କମାଣରେ ଥିବା ସ୍ବଦେଶୀ ନିର୍ମିତ ନୌସେନା ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତ ପରିଦର୍ଶନ କରିଥିଲେ । ନିମନ୍ତ୍ରଣ ପାଇଁ ସେ ନୌସେନାକୁ ଧନ୍ୟବାଦ ଦେବା ସହ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ସେ ରାଷ୍ଟ୍ରପତି ଭବନରେ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details