କୋଲକାତା: ପ୍ରବଳ ବିରୋଧ, ଧାରଣା ଆଉ ଆରୋପ ପ୍ରତ୍ୟାରୋପ । ଦୀର୍ଘ 6 ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ମନ୍ତ୍ରୀ ସମେତ ତୃଣମୂଳ କଂଗ୍ରେସର 4 ନେତାଙ୍କ ଗିରଫ ପରେ ନିଜାମା ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ମମତା ।
ସିବିଆଇ ଅଫିସରୁ ବାହାରିବା ପରେ ମମତା କହିଛନ୍ତି, କୋର୍ଟ ଏହାର ନିଷ୍ପତ୍ତି ନେବେ । ତୃଣମୂଳ କଂଗ୍ରେସ ସରକାରର 2 ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫିରଦାହ ହାକିମଙ୍କ ସମେତ ବିଧାୟକ ମଦନ ମିତ୍ର, ଓ ପୂର୍ବତନ କୋଲକାତା ମେୟର ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି ସିବିଆଇ ।