ଲକ୍ଷ୍ନୌ:ଯୌତୁକ ପାଇଁ ତିନି ତଲାକ । ଦେଶରେ ତିନି ତଲାକକୁ ଅମାନ୍ୟ ଘୋଷଣା କରିବା ପରେ ମଧ୍ୟ ପୁଣି ସାମ୍ନାକୁ ଆସିଛି ତିନି ତଲାକ ଅଭିଯୋଗ । ଉତ୍ତରପ୍ରଦେଶର ଲକ୍ଷ୍ନୌ ଗୋମତି ନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୌତୁକ ପାଇଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ ଦେଇଛନ୍ତି । ଏନେଇ ପତ୍ନୀ ବିଭୁତି ଖଣ୍ଡ ଥାନାରେ ଅଭିଯୋଗ କରିବା ପରେ ସ୍ବାମୀ ଓ ଶ୍ବଶୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଉତ୍ତରପ୍ରଦେଶର ପଞ୍ଚାନନ ନଗର ଅଞ୍ଚଳରେ ରହୁଥିବା କରିମ ମକବୁଲ ମୁସଲିମ ରୀତିନୀତି ଅନୁଯାୟୀ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହରେ ମହିଳାଙ୍କ ପିତା 12 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏହା ସତ୍ତ୍ବେ କରିମ ଓ ତାଙ୍କ ପରିବାର ଲୋକେ ଉକ୍ତ ମହିଳାଙ୍କୁ ମାରପିଟ କରିବା ସହ ଗାଳି ଗୁଳଜ କରିଥିଲେ । ତାଙ୍କ ଶାଶୁ ଶ୍ବଶୁର ଅଧିକ ଯୌତୁକ ଦାବି କରି ବାରମ୍ବାର ଟଙ୍କା ମାଗୁଥିଲେ।