ଓଡିଶା

odisha

Good News: ଜେଲରେ ରହି IIT ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ର

By

Published : Mar 24, 2022, 10:29 PM IST

ଜେଲରେ ରହି IIT-JAM ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ର । ଗତ ୧୧ ମାସରୁ ଜେଲରେ ରହି କରୁଥିଲେ ନିଜସ୍ବ ପ୍ରସ୍ତୁତି । IIT ରୁରକିରେ ୫୪ତମ ସ୍ଥାନରେ ପକ୍କା କଲେ ନାମ । ବୈଜ୍ଞାନିକ ହେବା ପାଇଁ ରଖିଛନ୍ତି ସ୍ବପ୍ନ । ଅଧିକ ପଢନ୍ତୁ

ଜେଲରେ ରହି IIT-JAM ପରୀକ୍ଷାରେ କୃତକର୍ଯ୍ୟ ହେଲେ ଛାତ୍ର
ଜେଲରେ ରହି IIT-JAM ପରୀକ୍ଷାରେ କୃତକର୍ଯ୍ୟ ହେଲେ ଛାତ୍ର

ପାଟନା: ଘରେ, ଶିକ୍ଷାନୁଷ୍ଠାନରେ କଠିନ ଅଧ୍ୟୟନ କରି ଜଣେ ବିଦ୍ୟାର୍ଥୀ ନିଜ ଉଚ୍ଚାଭିଳାଷକୁ ପୂରଣ କରିବାର ଉଦାହରଣ କିଛି ନୂଆ କଥା ନୁହେଁ । ଏହି ଧାରାର ବ୍ୟତିକ୍ରମରେ ନିଜ ଲକ୍ଷ୍ୟସ୍ଥଳ ହାସଲ କରିଛନ୍ତି ଜଣେ ଛାତ୍ର । କୌଣସି ଶିକ୍ଷାନୁଷ୍ଠାନ କିମ୍ବା କୋଚିଂ ସେଣ୍ଟରରେ ନୁହେଁ ବରଂ ଜେଲ କୋଠରୀରେ ରହି IIT-JAM ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛନ୍ତି । ଏମିତି ଏକ ଘଟଣା ଶୁଣିବାକୁ ସାଧାରଣରେ ସ୍ବାଭାବିକ ଲାଗୁ ନଥିଲେ ସୁଦ୍ଧା ଏପରି କିଛି ଘଟିଛି ବିହାରର ନଓ୍ବାଡା ଜିଲ୍ଲାରେ ।

କୃତକାର୍ଯ୍ୟ ହୋଇଥିବା ଛାତ୍ରଜଣଙ୍କ ହେଉଛନ୍ତି ନଓ୍ବାଡା ଜିଲ୍ଲା ଅନ୍ତର୍ଗତ ୱାରିସଲିଗଞ୍ଜ ପୋଲିସ ଷ୍ଟେସନ ଅଧୀନ ମୋସମା ଗାଁର ଛାତ୍ର କୌଶଳେନ୍ଦ୍ର କୁମାର ଓରଫ ସୁରଜ କୁମାର । ସୁରଜ ଗତ ୧୧ ମାସ ଧରି ଏକ ଫୌଜଦାରୀ ମାମଲାରେ ଜେଲରେ ଥିବାବେଳେ ସେଠାରୁ ହିଁ ପ୍ରସ୍ତୁତି କରିଥିଲେ । ତେବେ ସେ IIT-JAM ରେ ୫୪ତମ ସ୍ଥାନ ହାସଲ କରି ଏହି ସଫଳତା ପାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, 2021 ଏପ୍ରିଲ 19 ତାରିଖରେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ସୁରୋଜ । ଏହି ଗଣ୍ଡଗୋଳ ଘଟଣାରେ ଜଣେ ୪୫ ବର୍ଷୀୟ ସ୍ଥାନୀୟ ଯୁବକ ସଞ୍ଜୟ ଯାଦବଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ବୈଜ୍ଞାନିକ ହେବା ପାଇଁ ଆଶା ରଖିଥିବା ସୁରଜ ଘଟଣାକ୍ରମରେ ଜେଲ ଯାଇଥିବା ନିଜ ପ୍ରସ୍ତୁତି ଛାଡି ନଥିଲେ । ଜେଲରେ ରହି ମଧ୍ୟ କଠିନ ପରିଶ୍ରମ କରିବା ଜାରି ରଖିଥିଲେ । କୌଣସି ଶିକ୍ଷାନୁଷ୍ଠାନର ବା ମାର୍ଗଦର୍ଶକଙ୍କ ସହାୟତା ବିନା ସେ ଜେଲରେ ନିଜେ ସେଲ୍ଫଷ୍ଟଡି ଜାରି ରଖିଥିଲେ ।

ତେବେ ସେ IIT ରୁରକି ଦ୍ୱାରା ପ୍ରକାଶିତ ପ୍ରବେଶିକା ମେଧା ତାଲିକାରେ 54ତମ ସ୍ଥାନ ହାସଲ କରି କରିଛନ୍ତି । ମାଷ୍ଟର ଡିଗ୍ରୀ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଯୁଗ୍ମ ନାମଲେଖା ବା ପ୍ରବେଶିକା(IIT-JAM) ପରୀକ୍ଷା ପ୍ରତିବର୍ଷ IIT ଦ୍ୱାରା ଆୟୋଜିତ ହୋଇଥାଏ । ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢିବା ପାଇଁ ଜାତୀୟ ସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥାଏ । ତେବେ ତମାମ ପ୍ରତିକୂଳତା ମଧ୍ୟରେ ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ IIT ରେ ନିଜ ସ୍ଥାନ ପକ୍କା କରିଛନ୍ତି ସୁରୋଜ । ସୁରଜଙ୍କ ଏପରି ସଫଳତା ପରେ ସାରା ରାଜ୍ୟରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details