ଓଡିଶା

odisha

ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ

By

Published : Feb 13, 2021, 12:24 PM IST

ପିଡିପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ । ପୁଲୱାମାର ଦକ୍ଷିଣ ଜିଲ୍ଲା ବେଲୱା ଗାଁର ନିହତ ଯୁବକ ଅତହର ମୁଶତାକ ୱାନୀଙ୍କ ପରିବାରକୁ ଭେଟିବାକୁ ଯିବା ପରେ ଅଟକ । ଅଧିକ ପଢନ୍ତୁ...

ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ
ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ

ଶ୍ରୀନଗର: ପିଡିପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ । ତାଙ୍କ ବାସଭବନ ଗୁପ୍ତକରରୁ ଅଟକ ରଖିଛି ପୋଲିସ ।

ଏକ ସୂତ୍ରରୁ ଜଣାପଡିଛି ଯେ, ମେହବୁବା ମୁଫତି ଆଜି ପୁଲୱାମାର ଦକ୍ଷିଣ ଜିଲ୍ଲା ବେଲୱା ଗାଁର ନିହତ ଯୁବକ ଅତହର ମୁଶତାକ ୱାନୀଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ଏହା ପରେ ତାଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ଦକ୍ଷିଣ କାଶ୍ମୀରର ପୁଲୱାମା ଏବଂ ଶୋପିଆନ ଅଞ୍ଚଳରେ ତିନି ଜଣ ଯୁବକଙ୍କୁ ଶ୍ରୀନଗର ଉପକଣ୍ଠରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ କରାଯାଇଥିଲା । ଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ଜାଣିପାରି ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରିଥିଲେ । ପରବର୍ତ୍ତୀ ସମୟରେ ଏହା ବିବାଦୀୟ ହୋଇପଡିଥିଲା । ଯେତେବେଳେ ନିହତ ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ନିର୍ଦ୍ଦୋଷ କହିବା ସହ ଏନକାଉଣ୍ଟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।

ABOUT THE AUTHOR

...view details