ଓଡିଶା

odisha

Uniform Civil Code: କାର୍ଯ୍ୟକରିତା ନେଇ ଗମ୍ଭୀରତାର ସହ ବିଚାର କରୁଛି କର୍ଣ୍ଣାଟକ ସରକାର

By

Published : Nov 26, 2022, 10:42 PM IST

କର୍ଣ୍ଣାଟକରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ । କାର୍ଯ୍ୟକରୀତା ନେଇ ଗମ୍ଭୀରତାର ସହ ପ୍ରଦେଶ ସରକାର ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ସୂଚନା (karnataka govt on Uniform Civil Code) । ଅଧିକ ପଢନ୍ତୁ

Uniform Civil Code in karnataka: କାର୍ଯ୍ୟକରୀତା ନେଇ ଗମ୍ଭୀରତାର ସହ ବିଚାର କରୁଛି କର୍ଣ୍ଣାଟକ ସରକାର
Uniform Civil Code in karnataka: କାର୍ଯ୍ୟକରୀତା ନେଇ ଗମ୍ଭୀରତାର ସହ ବିଚାର କରୁଛି କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଖୁବଶୀଘ୍ର ଲାଗୁ ହୋଇପାରେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ (Uniform Civil Code (UCC) । ଏନେଇ ପ୍ରଦେଶ ସରକାର ଗମ୍ଭୀରତାର ସହ ବିଚାର କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବାମ୍ମାଇ । ରାଜ୍ୟବାସୀଙ୍କ ମଧ୍ୟରେ ସମାନତା ଆଣିବା ଜରୁରୀ । ତେଣୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗମ୍ଭୀର ବିଚାର ବିମର୍ଶ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି (karnataka govt on Uniform Civil Code)।

ଆଜି (ଶନିବାର) ସମ୍ବିଧାନ ଦିବସରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ‘‘ନାଗରିକଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ସମ୍ପର୍କରେ ଭାରତୀୟ ଜନତା ପାର୍ଟି ଜାତୀୟ ସ୍ତରରେ ତାର ଇସ୍ତାହାର ପତ୍ରରେ ମଧ୍ୟ ଘୋଷଣା କରିସାରିଛି । ରାଜ୍ୟରେ ମଧ୍ୟ ପ୍ରଦେଶ ସରକାର ଏହାର ସଫଳ କାର୍ଯ୍ୟକାରିତା ନେଇ ଗମ୍ଭୀରତାର ସହ ବିଚାର କରୁଛନ୍ତି ।’’

ତେବେ ଅନ୍ୟ କିଛି ବିଜେପି ଶାସିତ ରାଜ୍ୟରେ ଏହାକୁ ଲାଗୁ କରାଯିବା ନେଇ ଘୋଷଣା କାରଯିବା ସହ ଏହାର ଅନୁଧ୍ୟାନ ପାଇଁ ଏକାଧିକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । କମିଟି ତାର ଅନୁଧ୍ୟାନ ରିପୋର୍ଟ ଦାଖଲ କରିବା ପରେ ସରକାର ଆଗାମି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ତେବେ କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ସେପରି କମିଟି ଗଠନ ହୋଇନଥବା ବେଳେ, ମୁଖ୍ୟମନ୍ତ୍ରୀଙ୍କର ଏପରି ଇସାରା ପରେ ଖୁବଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି (implementation of Uniform Civil Code)।

ତେବେ ଧର୍ମାନ୍ତରୀକରଣ ନିରୋଧୀ ବିଲ ପାସ କରି ଆଇନରେ ପରିଣତ କରିସାରିଛି କର୍ଣ୍ଣାଟକ । ଏସମ୍ପର୍କିତ ପ୍ରଶ୍ନରେ ବୋମ୍ମାଇ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ସମ୍ବିଧାନ ସହ ଯୋଡିବା ସହ ଅସାମ୍ବିଧାନିକ ବୋଲି ଆଖ୍ୟା ଦେଉଛନ୍ତି । ହେଲେ ବଳପୂର୍ବକ ବା ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏକ ସ୍ପଷ୍ଟ ସାମାଜିକ ଅପରାଧ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରି ସାରିଛନ୍ତି । ସେହିପରି ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତା ବଜାୟ ରଖିବା ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ ରହିଛି । ତେଣୁ ଏହି ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ମଧ୍ୟ ବର୍ତ୍ତମାନ ସମୟର ଏକ ଆବଶ୍ୟକତା । ଯାହାକୁ ନେଇ ରାଜ୍ୟ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details