ଓଡିଶା

odisha

MP Assembly Polls: କମଲନାଥଙ୍କ ନେତୃତ୍ବରେ ଲଢିବ କଂଗ୍ରେସ

By

Published : Feb 20, 2023, 5:40 PM IST

ପୁଣି ମଧ୍ୟ ପ୍ରଦେଶରେ କମଲନାଥଙ୍କ ନେତୃତ୍ବରେ ଲଢିବ କଂଗ୍ରେସ । ବରିଷ୍ଠ ନେତା ଦିଗବିଜୟ ସିଂ ଦେଲେ ସୂଚନା । ଅଧିକ ପଢନ୍ତୁ

MP assembly polls: କମଲନାଥଙ୍କ ନେତୃତ୍ବରେ ଲଢିବ କଂଗ୍ରେସ
MP assembly polls: କମଲନାଥଙ୍କ ନେତୃତ୍ବରେ ଲଢିବ କଂଗ୍ରେସ

ଭୋପାଳ:ଚଳିତବର୍ଷ ବିଜେପି ଶାସିତ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିରୋଧୀ କଂଗ୍ରେସର କମାଣ ସମ୍ଭାଳିବେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଚଳିତ ଥର କମଲନାଥ ହିଁ ଦଳର ଚେହେରା ହେବେ ଓ ତାଙ୍କ ନେତୃତ୍ବରେ ଦଳ ବିଧାନସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ସୂଚନା ଦେଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ।


ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଦିଗବିଜୟ ସିଂ କହିଛନ୍ତି, ‘‘ଚଳିତ ନିର୍ବାଚନରେ ଆମେ କମଲନାଥଙ୍କ ନେତୃତ୍ବରେ ଲଢିବୁ, ସେ ଆମ ଦଳର ଚେହେରା ହେବେ ।’’ ତେବେ ଚଳିତ ନିର୍ବାଚନରେ କମଲନାଥ ଲଢିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ଦିଗବିଜୟ ସିଂଙ୍କ ଠାରୁ ଏପରି ଉତ୍ତର ମିଳିଛି । ଚଳିତ ବର୍ଷ ଶେଷ ଭାଗରେ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ନିର୍ବାଚନକୁ ଦୃଷ୍ଚିରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଦଳ ତାର ସାଙ୍ଗଠନିକ ସ୍ତରରେ କାର୍ଯ୍ୟକର୍ତ୍ତା ଚୟନ କରି ଦାୟିତ୍ବ ମଧ୍ୟ ବଣ୍ଟନ କରିବା ଆରମ୍ଭ କରିସାରିଛି । ଗତମାସ ଦଳ ପ୍ରଦେଶ କଂଗ୍ରେସ କିମିଟିର କାର୍ଯ୍ୟକର୍ତ୍ତା ଚୟନ କରିଥିଲା । 50 ଜଣ ଉପସଭାପତି, 105 ସାଧାରଣ ସମ୍ପାଦକଙ୍କ ସମେତ 64 ଜିଲ୍ଲା ସଭାପତିଙ୍କୁ ଚୟନ କରିଥିଲା ଦଳ । ହେଲେ ନିର୍ବାଚନରେ ଦଳର ଚେହେରା ଘୋଷଣା କରିନଥିବା ବେଳେ ଏହି ନିର୍ବାଚନ କମଲନାଥଙ୍କ ନେତୃତ୍ବରେ ଲଢାଯିବା ନେଇ ଦିଗବିଜୟ ସ୍ପଷ୍ଟ କରିଛନ୍ତି ।

ଗତ ବିଧାନସଭା ନିର୍ବାଚନ (2018)ରେ ମଧ୍ୟ ପ୍ରଦେଶରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା । କଂଗ୍ରେସ ବହୁମତ ହାସଲ କରିବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦଳୀୟ ଅନ୍ତଃକନ୍ଦଳ ମଧ୍ୟରେ ମାତ୍ର 2 ବର୍ଷ ପରେ କଂଗ୍ରେସ ସରକାରର ପତନ ଘଟିଥିଲା । ଦଳର ଆଗଧାଡିର ଯୁବ ନେତା ତଥା ମୁଖ୍ୟମନ୍ତ୍ରୀ ପଦର ଦାବିଦାର କୁହାଯାଉଥିବା ଜ୍ୟୋତି ରାଦିତ୍ୟ ସିନ୍ଧିଆ 22 ବିଧାୟକଙ୍କ ସହ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।

କଂଗ୍ରେସ ସରକାର ସତ୍ତା ହରାଇବା ସହ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଥିଲା । ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭା ପଠାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ କରିଛି । ଦଳୀୟ ଅନ୍ତକନ୍ଦଳ ପାଇଁ ଚଳିତବର୍ଷ ବିଧାନସଭା ନିର୍ବାଚନରେ କମଲନାଥ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ଖଣ୍ଡନ କରିବା ସହ ସେ ହିଁ ପୁର୍ନବାର ଦଳର ନେତୃତ୍ବ ନେବେ ବୋଲି ଦିଗବିଜୟ ସିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details