ଅମରାବତୀ: ଆନ୍ଧ୍ରରେ ଶାସନରେ ଥିବା ଓ୍ବାଏସଆର କଂଗ୍ରେସ(YSRCP)ର ଆଜୀବନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଦଳ ଗଠନ ହେବା ପରଠାରୁ ଦଳର ସଭାନେତ୍ରୀ ଭାବେ ଜଗନଙ୍କ ମା’ ବିଜୟାଆମ୍ମା ରହିଆସିଥଲେ । ଗତ (ଶୁକ୍ରବାର) ସଭାନେତ୍ରୀ ପଦରୁ ମା’ଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜଗନ । ଜଗନ ଏହି ଦାୟିତ୍ବ ଆଜୀବନ ଭାବେ ତୁଲାଇବେ ।
ଦୁଇ ଦିନର ବୈଠକ ପରେ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଜଗନଙ୍କୁ ଆଜୀବନ ଅଧ୍ୟକ୍ଷ କରିବା ପାଇଁ ଦଳର ସାଙ୍ଗଠନିକ ସାମ୍ବିଧାନରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଛି । 2011ରେ କଂଗ୍ରେସରୁ ଅଲଗା ହୋଇ ନିଜ ବାପାଙ୍କ ନାମରେ ରାଜନୈତିକ ଦଳ (YSRCP) ଗଠନ କରିଥିଲେ ଜଗନ । 2017 ଯାଏ ଶେଷଥର ପାଇଁ ଜଗନ ଏହି ଦଳର ଅଧ୍ୟକ୍ଷ ପଦରେ ରହିଥିଲେ । ପରେ ଜଗନଙ୍କ ମା’ ବିଜୟାମ୍ମା ସଭାନେତ୍ରୀ ଭାବେ ସେବେ ଠାରୁ ଦାୟିତ୍ବରେ ରହିଥିଲେ ।