ଓଡିଶା

odisha

DCP ପତ୍ନୀଙ୍କୁ ରିପୋର୍ଟ କରୁଛନ୍ତି ADCP ପତି, ନୋଏଡା ଆଇନବ୍ୟବସ୍ଥା IPS ଦମ୍ପତ୍ତିଙ୍କ ହାତରେ...

By

Published : Aug 26, 2021, 8:42 PM IST

ସ୍ବାମୀ-ସ୍ତ୍ରୀ ଉଭୟେ IPS । ଉଭୟ ଉଭୟଙ୍କର ଥିଲେ ପଡୋଶୀ । ସାଙ୍ଗ ହୋଇ ଖେଳିଲେ, ପାଠ ପଢିଲେ, upsc ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ କଲେ । ଦୁହେଁ ଦୁହିଁଙ୍କୁ ଖୁବ୍ ପସନ୍ଦ କରୁଥିଲେ । IPS ହେଲା ପରେ ବିବାହ ପାଇଁ ନିଷ୍ପତ୍ତି ନେଲେ । ଏବେ ଗୋଟିଏ ଜାଗାରେ DCP ଓ ADCP ପଦରେ ଅବସ୍ଥାପିତ । ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ସଫଳତମ ଆଇପିଏସ୍ ଯୋଡି ଭାବେ ସାଉଁଟିଛନ୍ତି ପ୍ରଶଂସା ଓ ଭଲପାଇବା । କେମିତି ଥିଲା ତାଙ୍କ ପ୍ରେମ ସମ୍ପର୍କ, କେମିତି ପିଲାବେଳର ବନ୍ଧୁତାକୁ ସ୍ବାମୀ-ସ୍ତ୍ରୀ ସମ୍ପର୍କର ରୂପ ଦେଲେ, ପଢନ୍ତୁ ଏହି ରିପୋର୍ଟ...

DCP ପତ୍ନୀଙ୍କୁ ରିପୋର୍ଟ କରୁଛନ୍ତି ADCP ପତି, ନୋଏଡା ଆଇନବ୍ୟବସ୍ଥା IPS ଦମ୍ପତ୍ତିଙ୍କ ହାତରେ...
DCP ପତ୍ନୀଙ୍କୁ ରିପୋର୍ଟ କରୁଛନ୍ତି ADCP ପତି, ନୋଏଡା ଆଇନବ୍ୟବସ୍ଥା IPS ଦମ୍ପତ୍ତିଙ୍କ ହାତରେ...

ହାଇଦ୍ରାବାଦ:ପୁରୁଷ ଯେକୌଣସି ଉଚ୍ଚ ପଦବୀରେ ଚାକିରୀ ଥାଉନା କାହିଁକି, କେତେ ବଡ ଅଧିକାରୀ ହୋଇ ଥାଉ ନା କାହିଁକି, କିନ୍ତୁ ଯେତେବେଳେ ସେ ଘରକୁ ଆସେ, ସ୍ତ୍ରୀ ତାର ବସ୍(BOSS) ହୋଇଥାଏ । ଘରେ ସ୍ବାମୀର ଅର୍ଡର ଚାଲି ପାରି ନଥାଏ । ସ୍ତ୍ରୀର ଅର୍ଡରକୁ ସ୍ବାମୀକୁ ମାନିବାକୁ ପଡିଥାଏ । କିନ୍ତୁ ଯେତେବେଳେ ଘର ଅପେକ୍ଷା ଅଫିସରେ ମଧ୍ୟ ସ୍ତ୍ରୀ ସ୍ବାମୀର ବସ୍ ହୋଇଥାଏ, ସେତେବେଳେ ତ ଆଉ କିଛି କହିବାକୁ ହିଁ ପଡି ନଥାଏ । ବହୁତ କ୍ଷେତ୍ରରେ ଏଭଳି ପରିସ୍ଥିତି ଦେଖିବାକୁ ପଡେ । ଏମିତି ବହୁତ ଘଟଣା ଆପଣ ଆଗରୁ ଦେଖିଥିବେ ଓ ଶୁଣିଥିବେ, ସେଥିମଧ୍ୟରୁ ଗୋଟିଏ ଘଟଣା ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ, କିପରି ଥାନାରେ ଜଣେ DCP ସ୍ତ୍ରୀ ତାର ADCP ସ୍ବାମୀକୁ କାମର ରିପୋର୍ଟ ମାଗୁଛି, ଚାଲନ୍ତୁନା ଜାଣିବା କିଏ ଏହି ପୋଲିସ ଦମ୍ପତ୍ତି...

ସୋସିଆଲ ମିଡିଆ

ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର(ନୋଏଡା)ରେ ପୋଲିସ କମିଶନର ପ୍ରଣାଳୀ ଲାଗୁ ହେବା ପରେ ବ୍ରିନ୍ଦା ଶୁକ୍ଲା(Vrinda Shukla)ଙ୍କୁ ଗୌତମବୁଦ୍ଧ ନଗରରେ ଡେପୁଟି କମିଶନର ଅଫ୍ ପୋଲିସ(DCP) ବନା ଯାଇଥିଲା । ସେହିପରି ଅଙ୍କୁର ଅଗ୍ରୱାଲ(Ankur Aggrawal)ଙ୍କୁ ଆଡସିନାଲ ଡିସିପି(ADCP) ବନା ଯାଇଥିଲା ।

ଗୋଟିଏ ସ୍କୁଲରେ ପାଠପଢା:

IANS ରିପୋର୍ଟ ଅନୁସାରେ ଅଙ୍କୁର ଓ ବ୍ରିନ୍ଦା ହରିୟାଣାର ଅମ୍ବାଲା ନିବାସୀ । ଉଭୟ ଉଭୟଙ୍କର ପଡୋଶୀ ଥିଲେ । ସେ ଦୁହେଁ ଅମ୍ବାଲା କନଭେର୍ଟ ଜିସସ୍ ଆଣ୍ଡ ମେରୀ ସ୍କୁଲରେ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଏକାସହ ପଢିଥିଲେ । ଅର୍ଥଶାସ୍ତ୍ର ପଢିବା ପାଇଁ ବ୍ରିନ୍ଦା ଆମେରିକା ଚାଲିଯାଇଥିଲେ । ଏପଟେ ଅଙ୍କୁର ଇଲେକଟ୍ରିକାଲ ଇଞ୍ଜିନିୟରିଂ ପଢିବା ପାଇଁ ରାଜସ୍ଥାନ ପଳାଇ ଯାଇଥିଲେ ।

twitter@vrinda shukla

ଦ୍ବିତୀୟ ଥର କେମିତି ହୋଇଥିଲା ସାକ୍ଷାତ:

ପାଠପଢା ପୁରା ହେବା ପରେ ବ୍ରିନ୍ଦା ଆମେରିକାରେ ଚାକିରୀ କରିଥିଲେ । ସେହିପରି ଅଙ୍କୁର ଇଞ୍ଜିନିୟରିଂ ପରେ ବେଙ୍ଗାଲୁରୁରେ ଚାକିରୀ ଆରମ୍ଭ କରିଥିଲେ । ଏକ ବର୍ଷ ପର୍ଯ୍ୟନ୍ତ ସେଠାରେ ଚାକିରୀ କରିବା ପରେ ସେ ମଧ୍ୟ ଆମେରିକା ପଳାଇଯାଇଥିଲେ । ଭାଗ୍ୟର ବିଡମ୍ବନା ମଧ୍ୟ ବିଚିତ୍ର । ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା ।

ଆମେରିକାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ:

ଆମେରିକାରେ ଚାକିରୀ କରିବା ସମୟରେ ହିଁ ଅଙ୍କୁର ଓ ବ୍ରିନ୍ଦା ୟୁପିଏସସି(UPSC) ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହାପରେ ୨୦୧୪ରେ ବ୍ରିନ୍ଦାଙ୍କୁ ୟୁପିଏସସି ପରୀକ୍ଷାରେ ସଫଳତା ମିଳିଥିଲା । ଏହାପରେ ସେ ଆଇପିଏସ ଅଫିସର ହୋଇଥିଲେ ଓ ତାଙ୍କୁ ନାଗାଲାଣ୍ଡ କ୍ୟାଡର ମିଳିଥିଲା । ଏହାର ଠିକ୍ ୨ ବର୍ଷ ପରେ ୨୦୧୬ରେ ଅଙ୍କୁର ପ୍ରଥମ ପ୍ରୟାସରେ ହିଁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ଅଫିସର ହୋଇଥିଲେ । ତାଙ୍କୁ ବିହାର କ୍ୟାଡର ମିଳିଥିଲା ।

twitter@vrinda shukla

୨୦୧୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ:

ବ୍ରିନ୍ଦା ଶୁକ୍ଲା ଓ ଅଙ୍କୁର ଅଗ୍ରୱାଲଙ୍କର ପିଲାବେଳର ବନ୍ଧୁତ୍ବ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା । ଆଇପିଏସ୍ ହେବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୯ରେ ଉଭୟ ବିବାହ କରିଥିଲେ । ଗୋଟିଏ ଦେଶରେ ରହି ମଧ୍ୟ ଉଭୟ ନିଜର ଦାୟିତ୍ବ ଓ ପାଠପଢାକୁ କେବେ ଭୁଲି ନ ଥିଲେ । ଉଭୟଙ୍କ ପାଇଁ ଚାକିରୀ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା, ତା ଠାରୁ ବେଶୀ ଜରୁରୀ ଥିଲା UPSC ପରୀକ୍ଷା । ଉଭୟଙ୍କ ମନରେ ଦୃଢ ନିଷ୍ପତ୍ତି ଥିଲା ଯେ, UPSC ପାସ କରି ଆଇପିଏସ୍ ହେବେ । ଜଣେ ଅନ୍ୟ ଜଣଙ୍କ ଠାରୁ ଆଗକୁ ବଢିବାର ନିଶା ତାଙ୍କୁ ଆଇପିଏସ୍ ପଦ ପ୍ରଦାନ କରିଛି । ଦୁଇ ଜଣ ଆଇପିଏସ୍ ହେବା ପରେ ଯାଇଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ବିବାହ ପରେ ଭାଗ୍ୟ ତାଙ୍କୁ ଗୋଟିଏ ସହରକୁ ନେଇ ଆସିଥିଲା । ବର୍ତ୍ତମାନ ବ୍ରିନ୍ଦା ଓ ଅଙ୍କୁର ଏକା ସାଥିରେ କାମ କରୁଛନ୍ତି । ଘର ବ୍ୟତୀତ ବ୍ରିନ୍ଦା ଅଫିସରେ ମଧ୍ୟ ଅଙ୍କୁରଙ୍କ ଉପରେ ହୁକୁମାତି ଚଳାଇ ପାରୁଛନ୍ତି ।

twitter@vrinda shukla

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details