ଓଡିଶା

odisha

Russia-Ukraine war: ଭାରତର ଆଭିମୁଖ୍ୟକୁ ସମସ୍ତେ ସ୍ବାଗତ କରିଥିବା କହିଲେ ରାଜନାଥ

By

Published : Apr 3, 2022, 10:49 PM IST

ୟୁକ୍ରେନ-ଋଷ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ବିଶ୍ବରେ ମିଳିଛି ସ୍ବାଗତ । ପ୍ରଶଂସା କରିଛି ପଡୋଶୀ ଶତ୍ରୁ ପାକିସ୍ତାନ ସମେତ ଅନ୍ୟ କିଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଶଂସା । ଅଧିକ ପଢନ୍ତୁ

Russia-Ukraine war: ଭାରତର ଆଭିମୁଖ୍ୟକୁ ସମସ୍ତେ ସ୍ବାଗତ କରିଥିବା କହିଲେ ରାଜନାଥ
Russia-Ukraine war: ଭାରତର ଆଭିମୁଖ୍ୟକୁ ସମସ୍ତେ ସ୍ବାଗତ କରିଥିବା କହିଲେ ରାଜନାଥ

ଲକ୍ଷ୍ନୌ: ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଭାରତ ଯେଉଁ ଆଭିମୁଖ୍ୟ ପୋଷଣ କରିଛି ତାକୁ ବିଶ୍ବବ୍ୟାପୀ ସର୍ବତ୍ରଃ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ଭାରତକୁ ବିଶ୍ବ ଦରବାରରେ ଏକ ଭିନ୍ନ ଛବି ପ୍ରଦାନ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ ଆଜି ଲକ୍ଷ୍ନୌରେ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ବେଶ ପ୍ରଭାବୀ ବୋଲି ଦର୍ଶାଇଥିବା ଦେଖିବାକୁ ମିଳିଥିଲା ।

ରାଜନାଥ କହିଛନ୍ତି, ୟୁକ୍ରେନ ପ୍ରସଙ୍ଗରେ ଭାରତ କ’ଣ କହୁଛି ତାକୁ ବର୍ତ୍ତମାନ ବିଶ୍ବବ୍ୟାପୀ ଦେଶମାନେ ବେଶ ଗୁରୁତ୍ବର ଶୁଣୁଛନ୍ତି । ଏପରିକି ପଡୋଶୀ ଶତ୍ରୁ ପାକିସ୍ତାନ ମଧ୍ୟ ଭାରତର ବିଦେଶ ନୀତି ଓ ୟୁକ୍ରେନ ଆଭିମୁଖ୍ୟକୁ ପ୍ରଶଂସା କରିଛି । ମୋଦିଜୀଙ୍କ ଦୃରଦୃଷ୍ଚି ସମ୍ପନ୍ନ ନେତ୍ବତ୍ବ ଫଳରେ ଏହା ସମ୍ଭବ ହୋଇପାରିଛି । ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ପାର୍ଟି କାର୍ଯ୍ୟକ୍ରମରେ ଏପରି କହିଛନ୍ତି ରାଜନାଥ ।

ନିକଟରେ ପାକିସ୍ତାନରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ବିଦେଶ ନୀତିକୁ ନିରପେକ୍ଷ କହିବା ସହ ଖୋଲା ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଲାଗି ରହିଥିବା ଯୁଦ୍ଧ ପରିସ୍ଥିରେ ଭାରତ ଗ୍ରହଣ କରିଥିବା ନିରପେକ୍ଷ ନୀତିକୁ କେବଳ ପାକିସ୍ତାନ ନୁହେଁ ବରଂ ଅନ୍ୟ କିଛି ଦେଶ ମଧ୍ୟ ପ୍ରଶଂସା କରିଥିଲେ । ଭାରତ ସିଧାସଳଖ ଋଷର ଆକ୍ରମଣକୁ ନିନ୍ଦା ନକରିବା ସହ ଉଭୟ ଦେଶକୁ ଉତ୍ତେଜନା ହ୍ରାସ ଓ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ବାରମ୍ବାର ପରାମର୍ଶ ଦେଇଥିଲେ।

ଯୁଦ୍ଧ ଜାରି ରହିଥିଲେ ସୁଦ୍ଧା ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତି ଆଲୋଚନା ପ୍ରସ୍ତାବ ସହ ୟୁକ୍ରେନକୁ ମାନବୀୟ ସହାୟତା ମଧ୍ୟ ପଠାଇଥିଲା ଭାରତ । ସମଗ୍ର ଘଟଣାରେ ଭାରତ କୌଣସି ନିର୍ଦ୍ଦିଷ୍ଟ ପକ୍ଷଭୂକ୍ତ ନହୋଇ ଶାନ୍ତି ଆଲୋଚନା ପ୍ରସ୍ତାବକୁ ବାରମ୍ବାର ଦୋହରାଇଥିଲା । ଯାହାକୁ ପାକିସ୍ତାନ ସମେତ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details