ଓଡିଶା

odisha

Income Tax raid: ଅତର ବ୍ୟବସାୟୀଙ୍କ ଘରୁ ଜବତ ହେଲାଣି ୧୫୦ କୋଟିରୁ ଅଧିକ ଟଙ୍କା

By

Published : Dec 24, 2021, 4:57 PM IST

କାନପୁରରେ ଅତର ବ୍ୟବସାୟୀଙ୍କ ଘରେ ଓ ପ୍ରତିଷ୍ଠାନରେ ଚଢାଉ କରିଛନ୍ତି ଜିଏସଟି ଅଧିକାରୀ ଓ ଆୟକର ବିଭାଗ କର୍ମଚାରୀ (Income Tax raid in kanpur ) । ବ୍ୟବସାୟୀଙ୍କ ଘରୁ ଜବତ ହେଲାଣି ୧୫୦ କୋଟିରୁ ଅଧିକ ଟଙ୍କା । ମେସିନରେ ଚାଲିଛି ଗଣତି । ଅଧିକ ପଢନ୍ତୁ

Income Tax raid
Icome Tax raid: ବ୍ୟବସାୟୀଙ୍କ ଘରୁ ଜବତ ହେଲାଣି ୧୫୦ କୋଟିରୁ ଅଧିକ ଟଙ୍କା

ଲକ୍ଷ୍ନୌ: ବ୍ୟବସାୟୀଙ୍କ ଘରୁ ଜବତ ହେଲାଣି ୧୫୦ କୋଟିରୁ ଅଧିକ ଟଙ୍କା (Income Tax raid in kanpur ) । ଆହୁରି ଚାଲିଛି ଗଣତି । ଉତ୍ତରପ୍ରଦେଶ କାନପୁରରେ ଅତର ବ୍ୟବସାୟୀଙ୍କ ଘରେ ଓ ପ୍ରତିଷ୍ଠାନରେ ଜିଏସଟି ଫାଙ୍କିବା ନେଇ ଚଢାଉ କରିଛନ୍ତି ଜିଏସଟି ଅଧିକାରୀ ଓ ଆୟକର ବିଭାଗ ଟିମ।

Icome Tax raid: ବ୍ୟବସାୟୀଙ୍କ ଘରୁ ଜବତ ହେଲାଣି ୧୫୦ କୋଟିରୁ ଅଧିକ ଟଙ୍କା

କାନପୁରର ପୀୟୂଷ ଜୈନ ନାମକ ଅତର ବ୍ୟବସାୟୀ କୋଟିକୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ହୋଇଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଛନ୍ତି ଜିଏସଟି ଅଫିସର ଟିମ । ସେଥିରେ ସେମାନଙ୍କୁ ସହାୟତା କରିଛନ୍ତି ଆୟକର ବିଭାଗର ଏକ ଦଳ। ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଘରୁ ୧୫୦ କୋଟି ଟଙ୍କା ମିଳିସାରିଥିବା ଜଣାପଡ଼ିଛି। ଅଫିସର ଓ କର୍ମଚାରୀମାନଙ୍କର ଟଙ୍କା ଗଣିବା ସରିନାହିଁ। ତେଣୁ ଆହୁରି ଅଧିକ ନଗଦ ଟଙ୍କା ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀ ଜୈନଙ୍କ ଘରେ ଟଙ୍କା ଗଣତିର ଆଲମିରାରେ ନୋଟ ବିଡା ଭର୍ତ୍ତି ରହିଥିବା ଦେଖାଯାଉଛି। ଏହା ଟଙ୍କା ଗୁଡିକୁ ଜିଏସଟି କର୍ମଚାରୀ ମାନେ ଗଣିବାରେ ଲାଗିଛନ୍ତି କିନ୍ତୁ ଶେଷ ହୋଇପାରୁନାହିଁ । ଏହା ପରେ ଟଙ୍କା ଗଣିବା ମେସିନ ବ୍ୟବହାର କରାଯାଉଛି ।

ସୂଚନାଥାଉକି ଗୁରୁବାର ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ କରିଥିଲା ଆୟକର ଟିମ । ତାଙ୍କ କାନପୁର ସ୍ଥିତ ବାସଭବନ ଓ ମୁମ୍ବାଇର କାରଖାନା ସମେତ କନୌଜରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ ସମୟରେ ବହୁ ପରିମାଣରେ ଟଙ୍କା ସହ କୋଟି କୋଟି ଟଙ୍କା ସମ୍ପତି ଜବତ କରାଯାଇଛି। ତେବେ କଷ୍ଟମ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ ୧୫୦ କୋଟିରୁ ଅଧିକ ଟଙ୍କା ଓ ସମ୍ପତ୍ତି ସହ ଟଙ୍କା ଜବତ କରିଥିବା ଜଣାପଡିଛି।

ABOUT THE AUTHOR

...view details