ଓଡିଶା

odisha

Haryana Cabinet Expansion: ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ

By

Published : Dec 27, 2021, 5:29 PM IST

ହରିୟାଣା କ୍ୟାବିନେଟ ସମ୍ପ୍ରସାରଣ ନେଇ ସ୍ପଷ୍ଟ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ । ଅଧିକ ପଢନ୍ତୁ

Haryana cabinet expansion: ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ
Haryana cabinet expansion: ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ

ଚଣ୍ଡିଗଡ:ହରିୟାଣା କ୍ୟାବିନେଟ ସମ୍ପ୍ରସାରଣ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଆସନ୍ତାକାଲି ପଡିବ ପୂର୍ଣ୍ଣଚ୍ଛେଦ । ଆସନ୍ତାକାଲି କ୍ୟାବିନେଟ ସମ୍ପ୍ରସାରଣ ହେବା ସହ ଅପରାହ୍ନ ପ୍ରାୟ ୪ଟା ବେଳେ ସମ୍ପ୍ରସାରିତ କ୍ୟାବିନେଟ ଶପଥ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୪ଟା ବେଳେ ରାଜଭବନ ପରିସରରେ ଏହି ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ତେବେ ଏହି ନୂଆ ଟିମରେ କିଏ ବାଦ ପଡିବେ ଓ କେଉଁ ନୁଆ ମୁହଁ ସାମିଲ ହେବେ ତାକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି ।

ତେବେ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କମଲ ଗୁପ୍ତା, ରୁରେନ୍ଦ୍ର ବବାଲି ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି । ସେହିପରି ବର୍ତ୍ତମାନ ହରିୟାଣା କ୍ୟାବିନେଟରେ ୮ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୪ ରାଷ୍ଟ୍ର ପାହ୍ଯାର ମନ୍ତ୍ରୀ ରହିଛନ୍ତି । ହରିୟାଣା ସର୍ବାଧିକ ୧୪ ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିପାରିବ ।

ପ୍ରକାଶ ଯେ, ପୂର୍ବରୁ 2019 ନଭେମ୍ବର 14 ତାରିଖରେ ମନୋହର ଲାଲ ଖଟ୍ଟର ସରକାରଙ୍କ ପ୍ରଥମ କ୍ୟାବିନେଟ ସଂପ୍ରସାରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details