ଗାନ୍ଧୀନଗର:ଗୁଜୁରାଟ ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ଥିଲା ବେଳେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଦ୍ୟା ବିଧାନସଭା ଆସନରୁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜ୍ୟ ବିଜେପିର କିଛି ବଡ ନେତା ମଧ୍ୟ ଉପସ୍ଥିତ ଥିଲେ ।
ତେବେ ସ୍ଥାନୀୟ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଶାହ ଓ ପଟେଲ ଏକ ରୋଡ ଶୋ ମଧ୍ୟ କରିଥିଲେ । ପରେ ଏକ ରାଲି ଓ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ ଉଭୟ । ତେବେ ଅହମ୍ମଦାବାଦରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଭୂପେନ୍ଦ୍ର ପଟେଲ ପୁଣି ଥରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ନେଇ ଶାହ ଘୋଷଣା ମଧ୍ୟ କରିଥିଲେ । ରାଜ୍ୟରେ ପୁଣି ଥରେ ବିଜେପି ହିଁ ରାଜ୍ୟରେ ସରକାର ଗଠନ କରିବ ଓ ପୂର୍ବ ନିର୍ବାଚନ ଫଳାଫଳ ଠାରୁ ଅଧିକ ଆସନ ଜିତିବ ବୋଲି ଶାହ ଦମ୍ଭୋକ୍ତି ଦେଖାଇଥିଲେ ।